ସେକ୍ଟର ୧୭ ସେଞ୍ଚୁରୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ମହିଳା କ୍ରିକେଟ ଟୁଣ୍ଣାମେଣ୍ଟ ସୁରୁଖୁରୁରେ ସମାପ୍ତ

ରାଉରକେଲା,(ବସନ୍ତ କୁମାର ଜେନା) : ସେଞ୍ଚୁରୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ମହିଳା କ୍ରିକେଟ ଟୁର୍ନାମେଣ୍ଟ ସେକ୍ଟର ୧୭ ପଡିଆଠାରେ ଆୟୋଜିତ ସେଞ୍ଚୁରୀ କ୍ରିକେଟ ଟୂର୍ନାମେଣ୍ଟ୍ ର ଏକ ରୋମାଞ୍ଚକର ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଯାଇ ଅଛି | ଏହି ମ୍ୟାଚ ରେ ରାଜଗାଙ୍ଗପୁର ଭର୍ସେସ୍ ରାଉରକେଲା ର ଜ଼ିମଖାନା ର ମହିଳା ଦଳ ଭାଗ ନେଇଥିଲେ | ଏହି ମ୍ୟାଚ ରେ ରାଉରକେଲା ଜ଼ିମିଖାନl ଦଳ ରାଜଗାଙ୍ଗପୁର ଦଳକୁ ୬୬ ରନ୍ ରେ ପରାସ୍ତ କରିଥିଲା | ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଜାଗରଣ ମଞ୍ଚ ର ସଭାପତି ଶ୍ରୀ ଅମିତାଭ ସାମଲ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅଥିତି ଭାବେ ସେଞ୍ଚୁରୀ କ୍ରିକେଟ କ୍ଳବ ର ସଭାପତି ଶ୍ରୀ ମେହେମୁଦ ଅହମଦ୍, ପୂର୍ବତନ ସାଂସଦ ପ୍ରତିନିଧି ସୁଲତାନ ଖାନ, ଓଡିଶା ମହିଳା କ୍ରିକେଟ ଟିମ ର ଚୟନ କର୍ତ୍ତା ମିସ୍ ସଶ୍ମୀତା ପଟ୍ଟନାୟକ,ସେଞ୍ଚୁରୀ କ୍ରିକେଟ କ୍ଳବ ର ଉପସଭାପତି ଚାନ୍ଦ ହୁସେନ୍ ବିଜେଡି ୟୁନିଟ ସଭାପତି ଟୀଙ୍କୁ ଖାନ୍ ପ୍ରମୁଖ ଉପସ୍ଥିତ ହୋଇ ଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ସେଞ୍ଚୁରୀ କ୍ରିକେଟ କ୍ଳଵ ର ଆୟୋଜକ ଲତିଫ୍ ଖାନ୍,ବାବର ଅଲ୍ଲି,ରିଜ୍ବାନ୍ ଅଲ୍ଲି, ଏସ୍ କେ ସହିଦ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

nis-ad
Leave A Reply

Your email address will not be published.