ଆଉ ନାହାନ୍ତି କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣ

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ସଂଦେହ କରାଯାଉଛି । ଥାଇଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି ।
୧୯୬୯ରେ ଜନ୍ମ ଗ୍ରହଣ କରିଥିବା ସେନ ଓ୍ବାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ୧୪୫ଟି ଟେଷ୍ଟ, ୧୯୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୭୦୮ଟି ଓ୍ବିକେଟ ନେବା ସହ ୩୧୫୪ରନ ବି କରିଛନ୍ତି । ୩୭ ଥର ସେ ୫ ଓ୍ବିକେଟ ସଫଳତା ପାଇଛନ୍ତି । ଗୋଟିଏ ଇନିଂସରେ ସେ ୭୧ ରନ ଦେଇ ୮ଟି ଓ୍ବିକେଟ ନେଇଥିଲେ । ସେହିପରି ଦିନିକିଆରେ ସେ ୨୯୩ଟି ଓ୍ବିକେଟ ନେଇଛନ୍ତି ଓ ଥରେ ୫-ଓ୍ବିକେଟ ସଫଳତା ପାଇଛନ୍ତି । ଦିନିକିଆରେ ସେ ୧୦୧୮ ରନ ମଧ୍ୟ କରିଛନ୍ତି ।
ଭାରତର ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ବି ସେ ନିଜର ଛାପ ଛାଡ଼ିଛନ୍ତି । ୨୦୦୮ରେ ଅନୁଷ୍ଠିତ ପ୍ରଥମ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ଦଳର ଉଭୟ କୋଚ ଓ ଅଧିନାୟକ ଦାୟିତ୍ବ ନିର୍ବାହ କରି ଦଳକୁ ଚାମ୍ପିଅନ କରିଥିଲେ ।

nis-ad
Leave A Reply

Your email address will not be published.