ଲାଞ୍ଚ ନେବା ବେଳେ ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା :ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ରଙ୍କ ପେନସନ କାମ ପାଇଁ ଅନ୍ତର୍ଯ୍ୟାମୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ପ୍ରଭାତ ଭିଜିଲାନ୍ସରେ ଜଣାଇଥିଲେ। ଅନ୍ତର୍ଯ୍ୟାମୀଙ୍କୁ ତାଙ୍କ ଘରେ ପ୍ରଭାତ ୧୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଚଢାଉ କରି ଅନ୍ତର୍ଯ୍ୟାମୀଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.