ବାଇକ ଦୁର୍ଘଟଣା : ଯୁବକ ଗୁରୁତର

ଦାରିଙ୍ଗବାଡ଼ି (୨/୩) : ବାଇକ ଦୁର୍ଘଟଣା ଘଟି ଯୁବକ ଗୁରୁତର । ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମ ନିକଟ ବୁଲାଣିରେ । ଗୁରୁତର ଜଣକ ହେଲେ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ କାଜୁରୀବାଦେରି ଗ୍ରାମର ଆଲୋକ ପ୍ରଧାନ(୨୫) । ଆଲୋକ ବାଇକ ଯୋଗେ ନିଜ ଗାଁ କୁ ଯିବା ସମୟରେ ଡବେରି ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇ ଡ୍ରେନ ଭିତରେ ପଡ଼ିଯାଇଥିଲେ । ଘଟଣାର ସୂଚନା ପାଇଁ ଦାରିଙ୍ଗବାଡ଼ି ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।

nis-ad
Leave A Reply

Your email address will not be published.