ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ ଦେବାକୁ ଯୁଦ୍ଧ ଅଟକାଇଲା ରୁଷ୍, ରାତି ସାଢେ ୯ଟା ପରେ ଆକ୍ରମଣ

ନୂଆଦିଲ୍ଲୀ : ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ ।
ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ଗୋପନ ସୂଚନା ଦିଆଯାଇଛି । ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଛି ।
ସୂଚନା ଅନୁସାରେ ଖାରକିବରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବାରୁ ଚୂଡ଼ାନ୍ତ ଆକ୍ରମଣ ପୂର୍ବରୁ କିଛି ସମୟ ଦେବାକୁ ଭାରତ ନିଜର ବନ୍ଧୁରାଷ୍ଟ୍ର ରୁଷକୁ ଅନୁରୋଧ କରିଥିଲା । ଏହି ଅନୁରୋଧ ରକ୍ଷା କରି ରୁଷ ୬ ଘଣ୍ଟାର ସମୟ ଦେଇଥିଲା । ଅପରାହ୍ଣ ସାଢେ ୩ଟା ରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଏହି ସମୟ ଲାଗୁ ହେବ । ତା ପରେ ଖାରକିବ ଉପରେ ପ୍ରବଳ ବୋମା ବର୍ଷଣ ଆରମ୍ଭ ହେବ ।
ଅନ୍ୟପକ୍ଷରେ, ଦକ୍ଷିଣ ୟୁକ୍ରେନର ବନ୍ଦର ନଗରୀ ଖେରସେନକୁ ରୁଷ ସେନା ଦଖଲ କରିନେଇଥିବା ଦାବି କରିଛି । ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତା କହିଛନ୍ତି ଯେ ଖେରସେନର ପତନ ହୋଇନାହିଁ ।

nis-ad
Leave A Reply

Your email address will not be published.