ପଞ୍ଚାୟତ ଜନାଦେଶକୁ ନମ୍ରତାର ସହ ଗ୍ରହଣ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲା ବିଜେପି । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନମ୍ରତାର ସହ ଗ୍ରହଣ କରୁଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ବିଜେପିର ସିଟ୍ କମିଥିଲେ ବି, ୩୦ ପ୍ରତିଶତରୁ ଅଧିକ ସମର୍ଥନ ଦଳକୁ ମିଳିଛି ।

ଏହାକୁ ଗୁରୁତର ସହ ସମୀକ୍ଷା କରୁଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ଅନ୍ୟପଟେ ଆସନ୍ତା ପୌର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ସମୀର ମହାନ୍ତି । ସେ କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢେଇ କରୁଥିଲା, ଲଢେଇ କରୁଛି ଏବଂ ଆଗକୁ ବି ଲଢେଇ ଜାରି ରଖିବ ।

ତେବେ ୮୫୧ ଜିଲ୍ଲା ପରିଷଦ ଆସନର ଆସିଲା ଫଳାଫଳ । ୭୬୫ରେ ବିଜେଡି ବିଜୟୀ, ବିଜେପି ୪୨, ଓ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ଓ ଅନ୍ୟାନ ଦଳକୁ ମଳିଛି ୭ଟି ଆସନ । ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗେସ ଟକ୍କର ଦେବା ପାଇଁ ରେସରୁ ଆଉଟ ହୋଇଯାଇଛନ୍ତି । ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସି ଆସିଥିବା ବେଳେ କଂଗ୍ରେସ ୬୦ରେ ସୀମିତ ଥିଲା । ବିଜେପି ୨୯୭ଟି ସିଟ୍ ହାତେଇଥିଲା । ହେଲେ ଚଳିତଥର ବିଜେପି ପୂର୍ବ ରେକର୍ଡ ଦୋହରାଇବ ବୋଲି ଆକଳନ କରିଥିଲା, ଯାହା ସ୍ୱପ୍ନରେ ରହିଯାଇଛି ।

nis-ad
Leave A Reply

Your email address will not be published.