ଓଡିଶା-ପଶ୍ଚିମବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ୧୩ ଗୁରୁତର

ଜଳେଶ୍ୱର: ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଓଡିଶା ଓ ପଶ୍ଚିମବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ କଲିକାତା ଯାଉଥିଲା । ଯିବା ବାଟରେ ଓଡିଶା ଓ ପଶ୍ଚିମ ବଙ୍ଗ ସୀମା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।

ତେବେ ଦୁର୍ଘଟଣା ଏବେ ଭୟଙ୍କର ଥିଲା ଯେ ବସ୍‌ର ଆଗ ପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ବସ୍ ଡ୍ରାଇଭରର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.