ଟାଟା ଷ୍ଟିଲ୍‌ରେ ୧୨ କିନ୍ନରଙ୍କୁ କ୍ରେନ୍‌ ଅପରେଟର ନିଯୁକ୍ତ

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ ଗତ ସପ୍ତାହରେ ଏହାର କଳିଙ୍ଗନଗର କାରଖାନାରେ ଏଲ୍‌ଜିବିଟିକ୍ୟୁ୍ମ ବର୍ଗର ୧୨ ଜଣଙ୍କୁ କ୍ରେନ୍‌ ଅପରେଟର ଟ୍ରେନି ଭାବେ ନିଯୁକ୍ତି ଦିଆଯାଇଛି । ଫଳରେ କମ୍ପାନିର କିନର କର୍ମଚାରୀଙ୍କ ସଂଖ୍ୟା ବିସ୍ତାର ହୋଇଛି । ୨୦୨୧ ଡିସେମ୍ୱରରେ ଏକ ଐତିହାସିକ ଅଭିଯାନ ଭାବେ ଟାଟା ଷ୍ଟିଲର ୱେଷ୍ଟ୍‌ ବୋକାରୋ ଡିଭିଜନ୍‌ ପକ୍ଷରୁ ୧୪ ଜଣ କିନ୍ନରଙ୍କୁ ହେଭି ଆର୍ଥ ମୁଭିଂ ମେସିନାରି (ଏଚ୍‌ଇଏମ୍‌ଏମ୍‌) ଅପରେଟର ଭାବେ ଏହାର ଖଣିରେ ନିଯୁକ୍ତ କରାଯାଇଥିଲା ।

ଏଲ୍‌ଜିବିଟିକ୍ୟୁ୍ମ ସମ୍ପ୍ରଦାୟକୁ ନିଯୁକ୍ତ କରିବାର ଲକ୍ଷ୍ୟ କେବଳ ସାମାଜିକ କଟକଣାକୁ ଦୂର କରିବା ନୁହେଁ ବରଂ କିନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା । ଟାଟା ଷ୍ଟିଲ୍‌ର ବିବିଧ ଓ ଅନ୍ତର୍ଭୁକ୍ତୀକରଣ (ଡିଆଣ୍ଡ୍‌ଆଇ) ଅଭିଯାନର ଲକ୍ଷ୍ୟ ହେଉଛି ଏଭଳି ଏକ କର୍ମକ୍ଷେତ୍ର ସୃଷ୍ଟି କରିବା ଯେଉଁଠାରେ ସମସ୍ତଙ୍କୁ ସମ୍ମାନ ମିଳୁଥିବ, ପ୍ରତିଟି ସ୍ୱରକୁ ଶୁଣାଯାଉଥିବ ।

୨୦୨୨ ଫେବ୍ରୁଆରୀ ୧୭ରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ)ରେ ସାମିଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲର ଉପ-ସଭାପତି(ମାନବ ସମ୍ବଳ ପରିଚାଳନା) ଅତ୍ରାୟି ସାନ୍ୟାଲ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଟିଏସ୍‌କେର ଉପସଭାପତି (ଅପରେସନ୍ସ)ରାଜୀବ୍‌ କୁମାର, ଚିଫ୍‌ ଡାଇର୍ଭସିଟି ଅଫିସର ଜୟ ସିଂହ ପଣ୍ଡା, ଚିଫ୍‌ ଲଜିଷ୍ଟିକ୍ସ ଅଫିସର ସିଏଲ୍‌ କର୍ଣ୍ଣ ଓ ଚିଫ୍‌ ହ୍ୟୁମାନ୍‌ ରିସୋର୍ସ ବିଜନେସ୍‌ ପାର୍ଟନର ଇମ୍‌ଦାଦ୍‌ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।

ଅତ୍ରାୟି ସାନ୍ୟାଲ ଏହି ଅବସରରେ କହିଛନ୍ତି ଯେ, ସମସ୍ତ ସଦସ୍ୟମାନଙ୍କୁ ଟାଟା ଷ୍ଟିଲ୍‌ ପରିବାରକୁ ସ୍ୱାଗତ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଏଲ୍‌ଜିବିଟିକ୍ୟୁ୍ମ ସମ୍ପ୍ରଦାୟକୁ ସାମିଲ କରିବା ଏବଂ ଏକ ମାନଦଣ୍ଡ କର୍ମକ୍ଷେତ୍ର ଗଠନ କରିବା ଲାଗି ଆମର ଉଦ୍ୟମକୁ ଆମେ ଜାରି ରଖିବୁ । ଏଚ୍‌ଆର୍‌ ଉତ୍କର୍ଷର ଏହି ଯାତ୍ରା ବେଶ୍‌ ଲାଭଦାୟକ ଏବଂ ତାହା ଆମକୁ ବିବିଧତା ଓ ଅନ୍ତର୍ଭୁକ୍ତୀକରଣର ନୂତନ ଦିଗନ୍ତ ଅନୁସନ୍ଧାନ କରିବାକୁ ଅନୁପ୍ରାଣିତ କରିବ ।

nis-ad
Leave A Reply

Your email address will not be published.