ବିଜେଡ଼ି ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହରଙ୍କ ଆପ୍ରାଣ ଉଦ୍ୟମ ଦଳିୟ ପ୍ରାର୍ଥୀନୀଙ୍କୁ ଜିତେଇବା ପାଇଁ

ଫୁଲବାଣୀ : ଆସନ୍ତା ୨୪ରେ ଦାରିଙ୍ଗବାଡି ନିର୍ବାଚନ ରହିଥିବାରୁ ରବିବାର ଦାରିଙ୍ଗବାଡ଼ି ସାପ୍ତାହିକି ହାଟରେ ନିଜର ଦଳୀୟ ପାର୍ଥିନୀକୁ ଜିତେଇବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଏପରିକି ନିଜ ପରିବାର କଥା ନବୁଝି ଦଳୀୟ କଥା ବୁଝୁଛନ୍ତି । ସେ କହନ୍ତି ଦଳ ମୋ ପାଇଁ ଆଗ ଚଳିତ ପଞ୍ଚାୟତ ନିର୍ବାଚନରେ ସମସ୍ତ ମହିଳା ପାର୍ଥିନୀ ଜିତେଇବା ମୋର ଲକ୍ଷ। ସେ ନେଇ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ପାଦରେ ଚାଲି ଚାଲି ବୁଲି ନଖାଇ ନ ପିଇ ଭୋଟ ମାଗିଛନ୍ତି ନିଜ ଦଳୀୟ ପାର୍ଥିନୀଙ୍କ ପାଇଁ।ସେହିପରି ଦାରିଙ୍ଗବାଡିର ହାଟକୁ ଯାଇ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ମାଗିବା ସହ ପ୍ରଚାର କରିଥିଲେ। ଅନ୍ୟ ମାନେ ମଧ୍ୟ ରବିବାର ହାଟରେ ସରପଞ୍ଚ ପ୍ରାର୍ଥୀ ଯୁବ ଉଚ୍ଚଶିକ୍ଷିତା ତଥା ଆଇନଜୀବୀ ଛାତ୍ରୀ ସିମଲାରାଣୀ ପଡ୍ରାଙ୍କ ସମେତ ସମିତିସଭ୍ୟ ପ୍ରାର୍ଥୀ କାଳୀ ପ୍ରସାଦ ମଲ୍ଲିକ, ଚକ୍ରଧର ମଲ୍ଲିକ, ସମେତ ସରପଞ୍ଚ ପ୍ରାର୍ଥୀ ଚନ୍ଦ୍ରିକା ମଲିକ, ଦାମିନୀ ପ୍ରଧାନ, ସୁନିତା ପ୍ରଧାନ, କୁଇନ ପନ୍ଥା, ସଲମୀ ପ୍ରଧାନ, ସୁକାନ୍ତ ପ୍ରଧାନ ପ୍ରମୁଖ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।

ଦାରିଙ୍ଗବାଡ଼ି ପଞ୍ଚାୟତରେ ୭ଜଣ ମହିଳା ସରପଞ୍ଚ ପଦବୀରେ ଲଢ଼େଇ କରୁଥିବା ବେଳେ ସମିତିସଭ୍ୟ ପାଇଁ ୬ଜଣଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳୁଛି । ସରପଞ୍ଚ ପଦବୀ ପାଇଁ ସିମଲା ଏବଂ କୁଇନ ପଡା ୨ନୂଆଁ ମୁହଁ ରହିଥିବା ବେଳେ ୫ଜଣ ପୁରୁଣା ପ୍ରତିଦ୍ବନ୍ଦି ରହିଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବରୁ ୨ଥର ସରପଞ୍ଚ ରହିଥିବା ଚନ୍ଦ୍ରିକା ମଲ୍ଲିକ ପୁଣି ପ୍ରାର୍ଥୀ ହୋଇଛନ୍ତି । ଦାରିଙ୍ଗବାଡ଼ି ପଞ୍ଚାୟତରେ ଥିବା ୨୨ଟି ୱାର୍ଡରେ ୬ହଜାର ୭ଶହ ୧୪ଜଣ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୩ହଜାର ୨ ଶହ୮୯ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୨ ହଜାର ୮ ଶହ୮୫ ରହିଛି । ଆସନ୍ତା ୨୪ ତାରିଖ ଗୁରୁବାର ଦିନ ଦାରିଙ୍ଗବାଡ଼ି ବ୍ଲକରେ ଭୋଟ ଗ୍ରହଣ ହେବ। ତେଣୁ ଭୋଟର ମାନେ ନିଜ ନିଜର ପ୍ରାର୍ଥୀ ମାନଙ୍କୁ ଚୟନ କରି ବିଜୟୀ କରାଇବାକୁ ମନସ୍ଥ କରିଛନ୍ତି। ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।ଜିଲ୍ଲା ସଭାନେତ୍ରୀ ପୁନମଙ୍କ ସମେତ ବିଜେଡି ଦଳର ଅନ୍ୟ ନେତାମାନେ ମଧ୍ୟ ଡେରା ଜମାଇ ବସିଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.