ବକେୟା ବିଜୁଳି ଦେୟ ଆଦାୟ ପାଇଁ ଟିପିଏସଓ କମ୍ପାନୀ ର ଜୁଲୁମ : ଫାସୁଲା ଗ୍ରାମ ର ୮୦ ଘର ବିଜୁଳି ସଂଯୋଗ ବିଛିନ୍ନ…

ଖକ୍କିକୋଟ : ବଜାର ରେ ଅସହ୍ୟ ଦରଦାମ ସାଙ୍ଗକୁ ଗ୍ୟାସ ଓ ତୈଳ ଦ୍ୱାରା ବୃଧି ପାଇବା ସାଙ୍ଗକୁ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକମାନେ ସରକାରଙ୍କ ଖାଦ୍ୟ ନିରାପତା ଯୋଜନା କୁ ଆଶ୍ରୟ କରି ବିଚରା ଗରିବ ପରିବାର ଟି ଚଳାଉଥିବା ବେଳେ କ୍ରମଶଃ ବିଜୁଳି ୟୁନିଟ ପିଛା ଦରବୃଦ୍ଧି ସଧାରଣ ଖାଉଟି ବଂଚିବା ପାଇଁ ସଂଗ୍ରାମ ଚଳାଇଥିବା ବେଳେ ଗତ ୭୦ ବର୍ଷ ର ବିଜୁଳି ବକେୟା କୁ ଟିପିଏସଓ କମ୍ପାନୀ ବିଦ୍ୟୁତ ଖାଉଟି ଙ୍କ ଉପରେ ଜୁଲୁମ ଚଲାଇବା ସହ ଖାଉଟିଙ୍କ ଉପରେ ବାଳ ପ୍ରୟୋଗ କରି ଜବରଦସ୍ତ ଉପୋଭୋକ୍ତା ମାନଙ୍କ ବିଜୁଳି ସଂଯୋଗ ବିଛିନ୍ନ କରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ମହିଳା ମାନେ ଏହାର ପ୍ରତିବାଦ କରିବା ସହ ରାଜରାସ୍ତା କୁ ଓଲ୍ଲହାଇବା ପାଇଁ ଚିନ୍ତା କଲେଣି l ଟିପିଏସଓ କମ୍ପାନୀ ଗତ 6 ମାସ ତଳେ ବିଜୁଳି ବଂଟନ , ପରିବହନ ରାଜ୍ୟ ସର୍କସରଙ୍କ ସହ ଚୁକ୍ତି କରିଥିବା ବେଳେ ୧୯୫୧ ମସିହା ଓ ଏସ ଇ ବି ଓ enzon କମ୍ପାନୀ ଛାଡି ଯାଇଥିବା ଲକ୍ଷ ଲକ୍ଷ ଟଙ୍କା ବକେୟା ବିଜୁଳି ଦେୟ କୁ ଆଦାୟ କରିବା ପାଇଁ ବିଜୁଳି ଉପୋଭୋକ୍ତା ମାନଙ୍କ ଉପରେ ଜୁଲୁମ କରିବା ସହ ଖାଉଟି ମାନଙ୍କ ବିଜୁଳୀ ସଂଯୋଗ ବିଛିନ୍ନ କରୁଥିବା ଦେଖିବାକୁ ମିଳୁଛି l ଗତ ୫ ଦିନ ତଳେ ଖଲ୍ଲିକୋଟ ଏନ ଏ ସି ୯ ନ ୱାର୍ଡ ‘ ଶିଳ୍ପୀ ଗ୍ରାମ ‘ ଫାସୁଲା ର ୮୦ ପରିବାରଙ୍କ ଘରୁ ପୁରୁଣା ବକେୟା ଆଦାୟ ଅଲରେ ବିଜୁଳି ସଂଯୋଗ ବିଛିନ୍ନ କରିବା ଫଳରେ ଗ୍ରାମ ର ବହୁ ପରିବାର ଅନ୍ଧାର ଘରେ କାଳାତିପାତ କରିବା ସହ କୋମଳମତି ପିଲା ମାନେ ବତୀ ଖୁଣ୍ଟ ତଳେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି l ଖଲ୍ଲିକୋଟ ବିଜୁଳି ଉପଖଣ୍ଡ ଅଧୀନ ବର୍ଷ ବର୍ଷ ଧରି ଵ୍ୟଵସ୍ୟ ପ୍ରତିଷ୍ଠାନ ଗୁଡିକ ବାଣିଜ୍ୟ ସଂଯୋଗ କରିବା ପାରିବିସର୍ତ୍ତେ ବିଭାଗୀୟ କର୍ମଚାରୀ ମାନେ ମାସିକ ଚାନ୍ଦା ନେଇ ଘରୋଇ ସଂଯୋଗ ଦର୍ଶାଇ ବିଲ କାରାଯାଉଛି l ଏଣେ ଅଧିକାଂଶ ଗ୍ରାମ ରେ କେବୁଲ କରିବା ବଦଳ ରେ ମୁକୁଳା ରଖାଯାଇଛି l ତେଵେ ଘରୋଇ ମିଟର ଠିକ ଥିବା ବେଳେ ମିଟର ତ୍ରୁଟି ଦର୍ଶାଇ ଜବରଦସ୍ତ ମିଟର କୁ ବଦଳ କରାଯାଉଛି l ତ୍ରୁଟିପୂର୍ଣ୍ଣ ବିଲ୍ଲ ଗୁଡିକ ଫୈସଲା କରାନଯିବା ଯୋଗୁ ଖାଉଟି ମାନେ ବାରମ୍ବାର ବିଭାଗୀୟ କାର୍ଯ୍ୟାଳୟ କୁ ଦୌଡ଼ି ହନ୍ତସନ୍ତ ହେଉଥିବା ବେଳେ ଅନେକ ଙ୍କୁ ଅନ୍ଧାର ଘରେ ରହିବାକୁ ପଡୁଛି l ରକ୍ଷଣା ବେକ୍ଷଣ ଅଭାବ ରୂ ବତୀ ଖୁଣ୍ଟ ଓ ଟ୍ରାନସଫୋରମ୍ର ଉତ୍ସରେ ଲତା ମାଡିଗଲାଣି l ଗତ କିଛି ଦିନ ତଳେ ମାସିକ ବିଜୁଳି ଦେୟ ମହିଳା ସ୍ୱୟଂ ଗୋଷ୍ଟି ଙ୍କ ଦ୍ୱାରା ଆଦାୟ କରିବା ପାଇଁ ନିଷ୍ପତି ହୋଇଥିବା ବେଲେ ଏହା କେବଳ ପ୍ରଚାର ର ସୀମିତ ରହିଛି l ତେବେ ପୁରୁଣା ବାକି ବଦଳ ରେ ଟି ପି ଏସ ଓ ଚୁକ୍ତିନାମା ତାରିଖ ଠାରୁ ବିଜୁଳି ଦେୟ ଆଦାୟ କରିବା ପାଇଁ ଖଲ୍ଲିକୋଟ ବିଜୁଳି ଉପଭୋକ୍ତା ସଂଘ ତରଫରୁ ଦାବୀ ହୋଇଛି l ବିଜୁଳି ଆଦାୟ ସହମତି ଭିତ୍ତି ରେ ଆଦାୟ ନ କରି ଜୁଲୁମ କଲେ ଖାଉଟି ମାନେ ପ୍ରତିବାଦ କରିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଲାନି l

nis-ad
Leave A Reply

Your email address will not be published.