ବିଶ୍ବ ବୈଷ୍ଣବ ସମ୍ମିଳନୀ ଉଦଘାଟିତ, ମହାମାରୀରୁ ମୁକ୍ତି ପାଇଁ ମହାପ୍ରଭୁଙ୍କୁ ରାଷ୍ଟ୍ରପତିଙ୍କ ପ୍ରାର୍ଥନା

ପୁରୀ: ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଆଜି (ରବିବାର) ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମାରୋହକୁ ସମ୍ବୋଧନ କରି ଅଦୃଶ୍ୟ ମହାମାରୀ କୋପରୁ ମାନବଜାତିଙ୍କୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମହାମହିମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବେଶ ଖୁସି ଥିବା କହିଛନ୍ତି ରାଷ୍ଟ୍ରପତି ।ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ସେ ଆହୁରି କହିଛନ୍ତି ଭାଗବାନଙ୍କ କୃପାରୁ ମୋ ଜୀବନରେ ଦେଶର କୋଣ ଅନୁକୋଣରେ ଥିବା ଅନେକ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିବାର ସୁଯୋଗ ମିଳିଛି । ଏହି ସ୍ଥାନରେ ବିଭିଧ ପରମ୍ପରା ଓ ଧାର୍ମିକ ପ୍ରଣାଳୀ ପ୍ରଚଳିତ ରହିଛି । ବିଶ୍ବର ବିଭିନ୍ନ ଆସ୍ଥା ପଛରେ ଈଶ୍ବର ଭକ୍ତି ରହିଛି । ସତ୍ୟ ଏକ ଏବଂ ଅଭିନ୍ନ ଏହାର ଭାଗବଣ୍ଟା ହୋଇ ପାରିବ ନାହିଁ । ଦେଶର ମହାନ ସନ୍ଥମାନେ ଭକ୍ତିମାର୍ଗକୁ ପ୍ରଶସ୍ତ କରିଥିବା କହିଛନ୍ତି ରାଷ୍ଟ୍ରପତି ।

ଭକ୍ତି ଓ ସମର୍ପଣ ସେବା ସହ ଜଡିତ । ଚୈତନ୍ୟ ମହାପ୍ରଭୁଙ୍କ ମହାଭାବ ସମ୍ପର୍କରେ ସ୍ମରଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପରମ ଶକ୍ତି ନିଜ ପୂରରେ ପୂଜନୀୟ । ଭାରତରେ ଭକ୍ତି ଭାବରେ ଇଶ୍ବରଙ୍କୁ ପୂଜା କରିବାର ପରମ୍ପରା ସର୍ବାଧିକ ମହତପୂର୍ଣ୍ଣ ରହି ଆସିଛି । ଆମ ଏ ଭାରତ ଭୂମି ଧନ୍ୟ ଯେଉଁଠି ଅନେକ ମହାନ ସାଧୁ ସନ୍ଥମାନେ ଲୋକଙ୍କୁ ନିସ୍ବାର୍ଥପର ଉପାସନା ମାର୍ଗ ଦେଖାଇଛନ୍ତି । ଭକ୍ତିର ପରାକାଷ୍ଠା ଏତେ ଯେ ଇଶ୍ବନ ସ୍ବୟଂ ଭକ୍ତ ପାଖକୁ ଆସିଥାନ୍ତି । ସନ୍ଥ କବୀର, ରାମ ଭକ୍ତ ତୁଳସୀ ଦାସ , ଗୁରୁ ନାନକ, କୃଷ୍ଣ ଭକ୍ତ ସୁର ଦାସ, ଚୈତନ୍ୟ, ରାମାନୁଜ ଆଚାର୍ଯ୍ୟ, ମୀରାବାଈଙ୍କ ଅନନ୍ୟ ଭକ୍ତି ବିଷୟରେ ସ୍ମରଣ କରିଛନ୍ତି ରାଷ୍ଟ୍ରପତି ।

ଦେଶର ଅନେକ ସ୍ଥାନରେ ମହାନ ସନ୍ଥମାନେ ଭକ୍ତି ମାର୍ଗରେ ପ୍ରସାର ପ୍ରଚାର କରିଛନ୍ତି । ଆସାମରେ ଶଙ୍କର ଦେଓଙ୍କଠୁ ନେଇ ଗୁଜୁରାଟରେ ନରସି ମେହେତାଙ୍କ ଯାଏଁ ଉତ୍ତରରେ ଗୁରୁ ନାନକଙ୍କଠୁ ନେଇ ଦକ୍ଷିଣ ନାରାୟଣ ଭଟ୍ଟଙ୍କ ଦ୍ବାରା ଭକ୍ତି ଧାରା ଜାରି ରହିଛି । କୋରୋନା ଯୋଦ୍ଧାଙ୍କ ବଳିଦାନ ବିଷୟରେ ଆଲୋକପାତ କରି କହିଛନ୍ତି ଦେଶ ସେମାନଙ୍କ ନିକଟରେ ସର୍ବଦା ଋଣୀ । ମାନବ ସେବାକୁ ଜୀବନର ଉଦ୍ଦେଶ୍ୟ ମାନିଛନ୍ତି ଆମ କୋରୋନା ଯୋଦ୍ଧା ବୋଲି କହିଛନ୍ତି ରାଷ୍ଟ୍ରପତି ।

ପ୍ରକାଶ ଥାଉ କି, ୩ ବର୍ଷ ଧରି ଚାଲିବ ଏହି ବିଶ୍ବ ବୈଷ୍ଣବ ସମ୍ମିଳନୀ । ପୁରୀ ଶରଧାବାଲିରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ୨୦୨୫ରେ ଏହି ସମ୍ମିଳନୀ ଶେଷ ହେବ । ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ବିଭିନ୍ନ ସ୍ଥାନରୁ ୬୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥଙ୍କ ଯୋଗଦାନ କରିଛନ୍ତି । ।

nis-ad
Leave A Reply

Your email address will not be published.