ରାଜ୍ୟରେ ଆଉ ୪୯୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨୦୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୨୨ ପଜିଟିଭ୍ । ସୁନ୍ଦରଗଡ଼ରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩, ବାଲେଶ୍ୱର ୯, ବରଗଡ ୧, ଭଦ୍ରକ ୯, ବଲାଙ୍ଗିର ୨, ବୌଦ୍ଧ ୩, କଟକ ୩୨, ଦେବଗଡ ୫, ଢେଙ୍କାନାଳ ୫, ଗଜପତିରୁ ୨୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨, ଜଗତସିଂହପୁର ୪, ଯାଜପୁର ୩୬, ଝାରସୁଗୁଡା ୧୧, କଳାହାଣ୍ଡି ୩, କନ୍ଧମାଳ ୯, କେନ୍ଦ୍ରାପଡା ୧୨, କେନ୍ଦୁଝରରେ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ଖୋର୍ଦ୍ଧା ୪୫ କୋରାପୁଟ ୨୪, ମାଲକାନଗିରି ୩, ମୟୂରଭଞ୍ଜ ୧୮, ନବରଙ୍ଗପୁର ୨, ନୟାଗଡ ୧୬, ନୂଆପଡା ୭, ପୁରୀ ୮, ରାୟଗଡା ୪୫, ସମ୍ବଲପୁର ୩୮, ସୋନପୁର ୫, ଷ୍ଟେଟପୁଲରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସେହିପରି ଆଜି ରାଜ୍ୟରେ ୧୭ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ହଜାର ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ଵର ଜିଲ୍ଲାରୁ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

nis-ad
Leave A Reply

Your email address will not be published.