ଥମୁନି ‌ହିଜାବ ବିବାଦ: ଶିବମୋଗାରେ ହିଜାବ ପିନ୍ଧିଥିବାରୁ ୫୮ ଛାତ୍ରୀ ନିଲମ୍ବିତ

ବେଙ୍ଗାଲୁରୁ : ହିଜାବ ପିନ୍ଧିବାକୁ ନେଇ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ଦକ୍ଷିଣ କନ୍ନଡ଼ ଏବଂ ଉଡ଼ୁପି ଜିଲ୍ଲାର ଅଧିକରୁ ଅଧିକ କଲେଜ୍‌କୁ ଆନ୍ଦୋଳନ ବ୍ୟାପିଲାଣି। ୧୦ ଦିନ ସ୍କୁଲ୍‌ କଲେଜ୍‌ ବନ୍ଦ ରହିବାପରେ ପୁଣିଥରେ ଖୋଲିଛି। ଉଡ଼ୁପିର ମିଲାଗ୍ରେସ କଲେଜ୍‌, କାଲ୍ଲିଆନପୁ, ମାଙ୍ଗାଲୁରୁର ଫାଷ୍ଟ ଗ୍ରେଡ୍‌ କଲେଜ୍‌, ପୁଟ୍ଟୁର ତଲୁକର ସରକାରୀ ଫାଷ୍ଟ ଗ୍ରେଡ୍‌ କଲେଜ୍‌ରେ ଆନ୍ଦୋଳନ ହୋଇଛି। ମିଲାଗ୍ରେସ କଲେଜର ୫୦ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ପୂରାଇ ଦିଆଯାଇନି। ସରକାରୀ ପିୟୁ କଲେଜର ୨୯୧ ଛାତ୍ରୀ ଶ୍ରେଣୀ ବର୍ଜନ କରିଛନ୍ତି। ଆଜି ଶିବମୋଗାର ଏକ କଲେଜରେ ୫୮ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ ଶ୍ରେଣୀଗୃହରୁ ନିଲମ୍ବିତ କରାଯାଇଛି। ଉକ୍ତ ଘଟଣାକୁ ନେଇ ବିବାଦ ବଢ଼ିଛି। ଉକ୍ତ ଛାତ୍ରୀମାନେ ଆନ୍ଦୋଳନରେ ବସି ସେମାନଙ୍କୁ ଶ୍ରେଣୀଗୃହରେ ଯୋଗ ଦେବାକୁ ଅନୁମତି ଦେବାପାଇଁ ଦାବି କରିଛନ୍ତି। କୋଡ଼ାଗୁରେ ଏକ ସରକାରୀ ଜୁନିୟର କଲେଜ୍‌ରେ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ କଲେଜ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଛି। ପିୟୁ କଲେଜ୍‌ରେ ହିଜାବ ପିନ୍ଧିଥିବାରୁ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ପୂରାଇ ଦିଆଯାଇନି।

nis-ad
Leave A Reply

Your email address will not be published.