୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବଇ : ମେଡିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାରଲୋକଙ୍କ ସହିତ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି ଦିନ ଆରାମ କରିବାକୁ ପଡିବ  ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ସୈଫଙ୍କ ଶରୀରରେ ୩ଟି ସ୍ଥାନରେ ଆହତ ହୋଇଥିଲା । ପିଠିରୁ ଅପରେସନ କରି ଛୁରି କଢାଯାଇଥିଲା । ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିଛନ୍ତି । ଅନ୍ୟପଟେ ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ବାଲକୋନୀ ନିକଟରେ ଜାଲି ଲଗାଯିବା ସହ ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଛି ।

nis-ad
Leave A Reply

Your email address will not be published.