ସୈଫ୍ ଅଲ୍ଲୀ ଖାନଙ୍କୁ ବସାଇ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ପୁରସ୍କୃତ

ସୈଫଙ୍କୁ କରିଥିଲେ ସାହାଯ୍ୟ, ମିଳିଲା ପୁରସ୍କାର । ବିପଦ ବେଳେ ସୈଫ୍ ଅଲ୍ଲୀ ଖାନଙ୍କୁ ସାହାଯ୍ୟ କରିଥିବା ଅଟୋ ଡ୍ରାଇଭର ପୁରସ୍କୃତ ହୋଇଛନ୍ତି । ସେ ନିଜ ଅଟୋରେ ସୈଫଙ୍କୁ ବସାଇ ହସ୍ପିଟାଲ ନେଇଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଆହତ ସୈଫଙ୍କୁ ଘର ପାଖରୁ ଅଟୋରେ ବସାଇ ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚାଇଥିଲେ ଏହି ଡ୍ରାଇଭର ଜଣକ ।

ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁୟାରୀ ୧୬ ତାରିଖ ରାତିରେ ଆକ୍ରମଣ କରାଯାଇଥିଲା । ଆହତ ସୈଫଙ୍କୁ ବିଳମ୍ବିତ ରାତିରେ ଜଣେ ଅଟୋ ଡ୍ରାଇଭର ସାହାଯ୍ୟ କରିଥିଲେ । ତାଙ୍କୁ ସେ ନିଜ ଅଟୋରେ ବସାଇ ହସ୍ପିଟାଲ ନେଇଥିଲେ । ସେହି ସମୟରେ ଘରେ କେହି ବି ଡ୍ରାଇଭର ନ ଥିଲେ ।

ପୁଅ ତୈମୁର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅଟୋରେ ବସି ସୈଫ୍ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲରେ ପହଞ୍ଚି ସେ ନିଜର ପରିଚୟ ଜଣାଇବା ସହ ଗାର୍ଡଙ୍କୁ ଷ୍ଟ୍ରେଚର ମାଗିଥିଲେ । ଏହି ସମୟରେ ଅଟୋ ଡ୍ରାଇଭର ଜାଣିବାକୁ ପାଇଥିଲେ କି, ଅଟୋରେ ବସି ଆସିଥିବା ବ୍ୟକ୍ତି ଜଣକ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ ।

ବିପଦ ସମୟରେ ତାଙ୍କର ଏଭଳି ମହତ କାମ ପାଇଁ ଏବେ ତାଙ୍କୁ ପୁରସ୍କୃତ କରାଯାଇଛି । ଅଟୋ ଡ୍ରାଇଭର ଭଜନ ସିଂଙ୍କୁ ୧୧ ହଜାର ଟଙ୍କା ନଗଦ ପୁରସ୍କାର ରାଶି ଦିଆଯାଇଛି । ଜଣେ ବ୍ୟକ୍ତିଙ୍କ ତରଫରୁ ତାଙ୍କୁ ଏହି ରାଶି ମିଳିଛି । ପୁରସ୍କାର ନେଉଥିବା ବେଳେ ଅଟୋ ଡ୍ରାଇଭରଙ୍କର ଏକ ଫଟୋ ସାମ୍ନାକୁ ଆସିଛି ।

ସେପଟେ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୈଫଙ୍କ ଅବସ୍ଥା ଏବେ ସ୍ଥିର ଅଛି । ସେ ଜଲଦି ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି ।

ସୂଚନାଯୋଗ୍ୟ, ୧୫ ତାରିଖ ମଧ୍ୟରାତ୍ରିରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ବାନ୍ଦ୍ରା ବାସଭବନରେ ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ । ଆକ୍ରମଣ ପରେ ସୈଫଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସ୍ପିଟାଲ ନେଇ ଯାଇଥିଲେ । ଆକ୍ରମଣ କରିଥିବା ଯୁବକଙ୍କୁ ମହାରାଷ୍ଟ୍ର ଥାନେରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆକ୍ରମଣକାରୀଙ୍କ ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ ।

nis-ad
Leave A Reply

Your email address will not be published.