ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲାର କୋଟଗଡ ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ମାଓ ସମସ୍ୟା ଦୃଷ୍ଟି କୋଣରୁ ଗୁରୁତ୍ବପୁର୍ଣ୍ଣ ଏହି ବ୍ଲକରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଟଗଡ ବ୍ଲକରେ ୮୨.୬୯ ଶତକଡା ମତଦାନ ସାବ୍ୟସ୍ତ ହୋଇଛି। ଆଜି କୋଟଗଡ ଓ ତୁମୁଡିବନ୍ଧ ବ୍ଲକରେ ଏକାଧିକ ବୁଥକୁ ଜିଲାପାଳ ବୃନ୍ଦା ଡି, ଓ ଜିଲା ଆରକ୍ଷୀ ଅଧିକାରୀ ବିନିତ୍ଅଗ୍ରୱାଲ, ଉପଜିଲାପାଳ ଦୁଖବନ୍ଧୁ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁଣ୍ଡାଲା ରେଡ୍ଡୀ ରାଘେବେନ୍ଦ୍ର ବୁଲି ସ୍ଥିତି ପରିଗ୍ଲେ। କୋଟଗଡ ବ୍ଲକରେ ୩୨ ହଜାର ୨୪ ଜଣ ଭୋଟରଙ୍କ ପାଇଁ ୧୮୨ଟି ବୁଥ ହୋଇଥିଲା । ଆଜି ସମୁଦାୟ ୨୬ହଜାର ୪୮୧ ଜଣ ଭୋଟର ମତସାବ୍ୟସ୍ତ କରିଛନ୍ତି। ସେଥ୍ରୁ ପୁରୁଷ ଭୋଟର ୧୨ହଜାର ୯୪୦ ଓ ମହିଳା ଭୋଟର ୧୩ହଜାର ୪୫୧ ଜଣ ଭୋଟର ମତସାବ୍ୟସ୍ତ କରିଛନ୍ତି।୧୯୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ବନ୍ଦ ରହିଛି। କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସଚନ୍ଦ୍ର ମୁର୍ମୁ , ଜିପିଇଓ ସୁଶାନ୍ତ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.