ଶାରୀରିକ ଅକ୍ଷମ ବ୍ୟକ୍ତି ମତଦାନରୁ ବଞ୍ଚିତ : ପ୍ରଶାସନିକ ଅବ୍ୟବସ୍ଥାକୁ ଦାୟୀ କରିବା ସହ ନ୍ୟାୟ ପାଇଁ ଦାବି…


କୋରାପୁଟ:- ମତଦାନ କରି ପ୍ରତିନିଧି ଚୟନ କରିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାର । ଯେପରି ଜଣେ ବି ମତଦାତା ମତଦାନରୁ ବଞ୍ଚିତ ନହୁଅନ୍ତୁ, ସେଥିପାଇଁ ବିଭିନ୍ନ ମାଧ୍ୟମରେ ପ୍ରତି ସମୟରେ ଲୋକମାନଙ୍କୁ ସଚେତନ କରାଯାଉଅଛି । ତେବେ ଏତେ ସବୁ ପ୍ରୟାସ କରାଯାଉଥିଲେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଜଣେ ଅକର୍ମନ୍ୟ ମତଦାତା ମତଦାନରୁ ବଞ୍ଚିତ ହେବା ପରେ ନିରାଶୟ ହୋଇ ଘରକୁ ଫେରିଥିବା ଭଳି ଅଭାବନୀୟ ଘଟଣା ଘଟିଥିବା କୋରାପୁଟ ଜିଲ୍ଲା ଜୋନ୍-୨ ଅଧିନସ୍ଥ ମରିଚମାଳ ପଂଚାୟତର ୱାର୍ଡ଼-୧୦ ପାଇଁ ସେକ୍ଟର-୨ ସ୍ଥିତ ସରସ୍ବତୀ ବୁଥ ନଂ-୧୦ରେ ଘଟିଥିବା ସୂଚନା ମିଳିଛି ।
ସୂଚନାରୁ ପ୍ରକାଶ ଯେ, ୧୮ତାରିଖରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବୁଥ୍ ନଂ-୧୦ର ଅମିତ କୁମାର ଦାଶ ନାମକ ଜଣେ ଅକର୍ମଣ୍ୟ ମତଦାତା ମତଦାନ କରିବାକୁ ଆସିଥିଲେ ମଧ୍ୟ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ମତଦାନରୁ ବଞ୍ଚିତ ହୋଇଛନ୍ତି। ଅମିତଙ୍କ କହିବା ଅନୁସାରେ ଅତ୍ୟନ୍ତ ଉତ୍ସାହର ସହ ନିଜର ମତଦାନ କରିବାକୁ ଆସିଥିଲେ। ସେ ଜଣେ ଅକର୍ମଣ୍ୟ ବ୍ୟକ୍ତି,ତାଙ୍କର ଦୁଇଟିଯାକ ଗୋଡ ଅକାମୀ ଅଟେ। ତେଣୁ ଗାଡିରେ ଆସିଥିବା ଅମିତ ନିଜର ହ୍ୱିଲ୍ ଚେୟାର ନିଜ ସହ ଆଣିଥିଲେ। ତେବେ ମତଦାନ କେନ୍ଦ୍ରରେ ତାଙ୍କ ନାମଥିବା ୧୦ ନଂ ବୁଥକୁ ଯିବା ପାଇଁ ଛଅଟି ପାହାଚ ଅତିକ୍ରମ କରିବାକୁ ପଡିବ। ତେବେ ଉକ୍ତ ରାସ୍ତାରେ ହ୍ୱିଲ ଚେୟାର ଯିବା ସମ୍ଭବ ନଥିଲା। ତେଣୁ ତାଙ୍କର ମତଦାନ ନିମନ୍ତେ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରିଜାଇଡିଂ ଅଫିସରଙ୍କୁ ଅନୁରୋଧ କରିଥିଲେ। ତେବେ ଏନେଇ ପ୍ରିଜାଇଡିଂ ଅଫିସର ସହଯୋଗ କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ।ଏବଂ ଏ ସମ୍ବନ୍ଧରେ ବିଡିଓଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ତେବେ ଅମିତଙ୍କ ନିକଟରେ ବିଡିଓଙ୍କ ନଂ ନଥିବାରୁ ସେ ଯୋଗାଯୋଗ କରିପାରିନଥିଲେ। ଅମିତଙ୍କ କହିବା ଅନୁସାରେ ସେଠାରେ ଉପସ୍ଥିତ ଲୋକେ, ସମସ୍ତ ପୁଲିଙ୍ଗ ଏଜେଣ୍ଟ ଆଦି ଅମିତଙ୍କୁ ସାହାଯ୍ୟ କରିବାକୁ ରାଜି ଥିଲେ ମଧ୍ୟ ପ୍ରିଜାଇଡିଂ ଅଫିସର ରାଜି ନ ହେବା କାରଣରୁ ଅମିତ ମତଦାନରୁ ବଞ୍ଚିତ ହୋଇଥିଲେ। ତେବେ ଏ ନେଇ ସେ  ପ୍ରଶାସନ ପ୍ରତି କେତେକ ପ୍ରଶ୍ନ ଉତ୍ଥାପନ ପୂର୍ବକ ପ୍ରକାଶ କରିଛନ୍ତି ଯେ ଅକର୍ମଣ୍ୟ, ବିକଳାଙ୍ଗ, ବୃଦ୍ଧ, ଶାରୀରିକ ଅକ୍ଷମ, ଗର୍ଭବତୀ ମହିଳା ଆଦିଙ୍କ ସୁବିଧା ହେଲାଭଳି ମତଦାନ କେନ୍ଦ୍ର କାହିଁକି ଚୟନ କରାଗଲା ନାହିଁ? ଜଣେ ଅକର୍ମଣ୍ୟ ନାଗରିକ ଭୋଟଦାନରୁ ବଞ୍ଚିତ ହେବା ଘଟଣାରେ ଦାୟୀ କିଏ? ଉକ୍ତ ଘଟଣାକୁ ନେଇ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ? କ’ଣ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିର ଭୋଟ ଦେବାର ଅଧିକାର ନାହିଁ କି ? ସେ ଆହୁରି ମଧ୍ୟ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ ସୁସ୍ଥ ଲୋକେ ଭୋଟଦାନରୁ ବିରତ ରହୁଥିବା ସ୍ଥଳେ ଜଣେ ଶାରୀରିକ ଅକ୍ଷମ ସଚେତନ ନାଗରିକ ଭାବେ ଭୋଟଦାନ କରିବାକୁ ଆସି ସମାଜକୁ ଏକ ସକାରତ୍ମକ ବାର୍ତ୍ତା ଦେବାକୁ ଚାହିଁଥିଲେ ମଧ୍ୟ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ତେବେ ଉକ୍ତ ଘଟଣାକୁ ନେଇ କେବଳ ନିଜ ପାଇଁ ନୁହଁ ବରଂ ସମସ୍ତ ଶାରୀରିକ ଅକ୍ଷମ, ବୃଦ୍ଧ, ଅକର୍ମଣ୍ୟ ଆଦିଙ୍କ ମୌଳିକ ଅଧିକାର ପାଇଁ ପ୍ରଶାସନ ଓ ସରକାରଙ୍କ ନିକଟରେ ପ୍ରଶ୍ନ ଉତ୍ଥାପନ କରି ନ୍ୟାୟ ପାଇବା ପାଇଁ ଲଢେଇ ଜାରି ରଖିବେ। ଉକ୍ତ ଘଟଣାକୁ ନେଇ ଅମିତ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରିଥିବା ବେଳେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ତେବେ ଦେଖିବାକୁ ବାକି ରହିଲା ଅମିତ ତାଙ୍କ ଲଢେଇକୁ କିପରି ତ୍ୱରାନ୍ୱିତ କରୁଛନ୍ତି ଏବଂ ପ୍ରଶାସନ ଏହାକୁ କେତେଗୁରୁତ୍ୱ ଦେଉଛନ୍ତି

nis-ad
Leave A Reply

Your email address will not be published.