ଲାବନ୍ୟା ଆତ୍ମହତ୍ୟା ଘଟଣା ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ତାମିଲନାଡୁର ତାଞ୍ଜାବୁର ଠାରେ ଘଟିଥିବା ଛାତ୍ରୀ ଲାବନ୍ୟା ଆତ୍ମହତ୍ୟା ଘଟଣାରେ ଲାବନ୍ୟାକୁ ନ୍ୟାୟ ଦେବା ପାଇଁ ଏବଂ ଗିରଫ କରାଯାଇଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧୀ ତ୍ରିପାଠି ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମୁକ୍ତ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l

ମିଶନାରୀ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା ନାଁ ରେ ହେଉଥିବା ଧର୍ମାନ୍ତୀକରଣ କୁ ବନ୍ଦ କରିବା, ସରକାରୀ ଅର୍ଥ ମିଶନାରୀ ମାନଙ୍କୁ ପ୍ରଦାନ କରିବାକୁ ବିରୋଧ କରିବା ସହିତ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜୀ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅହଲ୍ୟା ମାଝୀ, ଗଞ୍ଜାମ ବିଭାଗ ରାଉରକେଲା ପ୍ରମୁଖ ରାଜନନ୍ଦିନୀ ସାହାଣୀ, ରଜତ ବେହେରା, ଗୋବିନ୍ଦ ସାହୁ ଆଦି ବହୁ ଏ ବି ଭିପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.