ଏଏସ୍‌ପି ତ୍ରିନାଥଙ୍କ ପତ୍ନୀ କଲେ ଆଗୁଆ ଜାମିନ ଆବେଦନ

କଟକ: କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ କମ୍ୟୁନିକେସନ ଏଏସ୍‌ପି  ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ। ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି। ଭିଜିଲାନ୍ସ ପକ୍ଷରୁ ଦୀପ୍ତିମୟୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି କଟକରେ ଅବସ୍ଥାପିତ କମ୍ୟୁନିକେସନ ଏଏସ୍‌ପି  ତ୍ରିନାଥ ମିଶ୍ର। ଆସନ୍ତା ୨୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଅପ୍ ଟୁ ଡେଟ୍ କେସ୍ ଡାଏରୀ ଦାଖଲ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସଂପତ୍ତି ଠାବ ହୋଇଛି। ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ।

ଏଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର ଜବତ କରାଯାଇଛି। ଏହା ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ର ଏବଂ ୫.୩ ଲକ୍ଷର GTR 250 ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଜବତ କରାଯାଇଛି।

ଚଣ୍ଡିଖୋଲରେ ତାଙ୍କର ଏକ ହସ୍ପିଟାଲ୍ ଥିବା ବେଳେ ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ମଧ୍ୟ ଚଲାଇଥିଲେ। ହସ୍ପିଟାଲ ବ୍ୟବସାୟ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ରହିଛି। କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ ରହିଛି। ଭୁବନେଶ୍ୱରର ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ 3BHK ଫ୍ଲାଟ ଥିବା ବେଳେ ବଡ଼ଚଣାରେ ଏକ ଶାନ୍ତିଲତା ଫାର୍ମ ହାଉସ୍ ରହିଛି।

nis-ad
Leave A Reply

Your email address will not be published.