ମାଓବାଦୀ ଜାଳିଦେଲେ୧୦ରୁ ଅଧିକ ଗାଡି

ମାଲକାନଗିରି: ମାଓବାଦୀଙ୍କ ଲଙ୍କାକାଣ୍ଡ ।  ଜଣେ କ୍ୟାଡର ମାଓବାଦୀ ସାଥୀ ମାଓବାଦୀ ଙ୍କୁ ଅପରେସନ ଅଞ୍ଜାମ ଦେବାକୁ ନିର୍ଦ୍ଧେଶ ଦେଉଥିବାର ଭିଜୁଆଲ ଭାଇରାଲ୍ ହେଉଛି। ଶୀଘ୍ର ଅପରେସନ ସାରିବାକୁ ଅନ୍ୟ ମାଓବାଦୀଙ୍କୁ ପୁରା ପ୍ଲାନ ଦେଉଛି କ୍ୟାଡର ମାଓବାଦୀ। ଯାହାର ଭିଡିଓ ନିଜେ ମାଓବାଦୀ ହିଁ  ଉତ୍ତୋଳନ କରିଛନ୍ତି।

ଜେସିବି ଜାଳ, ଟ୍ରାକ୍ଟର ଜାଳ, ଟ୍ରାକ୍ଟର ,ଡିଜେଲ ଟ୍ଯାଙ୍କକୁ ଟାଙ୍ଗିଆ ରେ କାଟି ତେଲ ବାହାର କର, ଗାଡିକୁ ନିଆଁ ଲଗାଅ। ଏଭଳି ନିର୍ଦ୍ଧେଶ  ଦିଆଯାଉଛି ଭିଜୁଆଲରେ । ମାଓବାଦୀଙ୍କ ଏହି ଅଗ୍ନୀକାଣ୍ଡର ଲାଇଭ ଭିଡିଓ ହେଉଛି । ଏ ଦୃଶ୍ୟ ହେଉଛି ଛତିଶଗଡ଼ ଏବଂ ମହାରାଷ୍ଟ୍ର ସୀମାନ୍ତ ଗଡ଼ଚିରଲୀ ଜଙ୍ଗଲର।

ଶତାଧିକ ମାଓବାଦୀ ଧରିଛନ୍ତି ହାତରେ ହତିଆର, ଅତ୍ୟାଧୁନିକ ବନ୍ଧୁକ। ଏକ ରାସ୍ତା କାମରେ ନିୟୋଜିତ ଠିକାଦାର କ୍ୟାମ୍ପକୁ ଶତାଧିକ ମାଓବାଦୀ ଯାଇ ବଡ଼ ଧରଣର ଲଙ୍କାକାଣ୍ଡ ଘଟାଇଛନ୍ତି। ଘଟଣା ସ୍ଥଳରେ ୧୦ରୁ ଅଧିକ ଗାଡି ପୋଡ଼ିଦେଇଛନ୍ତି । ପୂର୍ବରୁ ଠିକାଦାରଙ୍କୁ ରାସ୍ତା କାମ ବନ୍ଦ କରିବାକୁ ଧମକ ଦେଇଥିବା ବେଳେ ନମାନିବାରୁ ଏଭଳି କାଣ୍ଡ ଘଟାଇଛନ୍ତି ମାଓବାଦୀ। ଘଟଣା ସ୍ଥଳରେ ମାଓ ପୋଷ୍ଟର ବ୍ୟାନର ଲଗାଇଛନ୍ତି ମାଓବାଦୀ। ମାଓବାଦୀଙ୍କ ପ୍ରତ୍ୟେକ ଲଂକାକାଣ୍ଡର ଏଭଳି ଷ୍ଟାଟେଜି ଥାଏ ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି।

nis-ad
Leave A Reply

Your email address will not be published.