ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଆଉ ଖୁସି ବି ଅଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଛି ଗୁଜବ କିଛି ଚର୍ଚ୍ଚା । ଏଭଳି ବାଜେ କଥା ସବୁ ଆଲୋଚନା ହେଉଥିବା ବେଳେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରକୁ ଯାଇ ସେଠାକାର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ମନ୍ଦିରରେ ଦର୍ଶନ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ଆସିଲେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି ହୁଏ । ତେବେ ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । ମୁଁ ଖୁସି ମଧ୍ୟ ଅଛି । ଏଭଳି ଗୁଜବ ହେଲେ ଜାଣିବେ ବିଜେଡି ନିର୍ବାଚନରେ ଭଲ କରିବାକୁ ଯାଉଛି ।

nis-ad
Leave A Reply

Your email address will not be published.