ନବରଙ୍ଗପୁର ରେ ନକଲି ମଦ କାରବାର : ଚଢ଼ାଉ କଲା ବ୍ରହ୍ମପୁର ଅବକାରୀ ବିଭାଗ…


ନବରଙ୍ଗପୁର : ନିର୍ବାଚନ ର ଋତୁ ଭୋଟଦାନ ଦିନ ବ୍ଲକ ରେ ବନ୍ଦ ରହିବ ମଦ ଦୋକାନ ,ଯାହାକି ସରକାରଙ୍କ କଡା ନିୟମ ରହିଛି ଏହାକୁ ଏକ ସୁଯୋଗ ଭାବି କିଛି ଅସାଧୁ ବ୍ୟବସାୟୀ ଙ୍କ ଦ୍ଵାରା ସହର ରେ ଆରମ୍ଭ ହେଇଥିଲା ନକଲି ବିଦେଶୀ ମଦ ର କାରବାର ଆଶା ଥିଲା ଲକ୍ଷ ଲକ୍ଷ ଟଙ୍କା ର କାରବାର ,ହେଲେ ସବୁ କିଛି ଓଲଟ ପାଲଟ କରିଦେଲେ ଅବକାରୀ ବିଭାଗ ବ୍ରହ୍ମପୁର ର ଗୁଇନ୍ଦ ଟିମ, ଆଜି ସହର ମଧ୍ୟରେ ନକଲି ମଦ ତିଆରି କରି ବିକ୍ରୀ କରୁଥିବା ଅଭିଯୋଗ ରେ ଅଚାନକ ଚଢ଼ାଉ କରି ଜଣେ ମହିଳା ଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ଟିମ l ଏହି ବେଆଇନ କାମ ର ଖବର ପାଇ ଅବକାରୀ କମିଶନର ଆଶିଷ କୁମାର ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଗୁଇନ୍ଦା ସଂସ୍ଥା ଦକ୍ଷିଣାଞ୍ଚଳ, ବ୍ରହ୍ମପୁର ର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ excise କୁବେର ସେଠୀ ଙ୍କ ତତ୍ବାବଧାନ ରେ sub inspector ବିଶ୍ୱଜିତ ଦାସ, ସୁଦର୍ଶନ ବିଶୋଇ, ନବରଙ୍ଗପୁର excise inspector ସୁଧୀର ସାହୁ, ASI ବ୍ରଜ ନାୟକ, ସୁବ୍ରତ ହିରନ୍ ଓ 20 ଜଣ ଅବକାରୀ ଷ୍ଟାଫ୍ ଙ୍କ ସହ ତୋଟା ସାହିରେ ଅଚାନକ ଚଢ଼ାଉ କରି ମିନତି ପରିଡ଼ା ନାମକ ଜଣେ ମହିଳା ଙ୍କ ଘରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ବୋତଲ, ଠିପି, ଅବକାରୀ ଲେବୁଲ ଜବତ କରିବା ସହ 34.560 ml ନକଲି ମଦ ମଧ୍ୟ ଜବତ କରିଛି,ଏବଂ ମହିଳା ଜଣକୁ ଗିରଫ କରାଯାଇଛି,। ଜବତ ହୋଇଥିବା ଜିନିଷ ମଧ୍ୟରେ ଖାଲି ବୋତଲ 750 ml ର 200 ଟି, 180 ml ର ବୋତଲ 100 ଟି, 80 ml ra 192 ଟି ବୋତଲ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡ ର ଜବତ କରିଛି। ସ୍ପିରିଟ ଓ କ୍ୟାରାମିନ କୁ ମିକ୍ସ କରି ନକଲି ମଦ ପ୍ରସ୍ତୁତ କରି ଅସଲ ଭଳି ଦେଖା ଯାଉଥିବା ବୋତଲ ମଧ୍ୟରେ ପ୍ୟାକିଂ କରି ବଜାର ରେ ବିକ୍ରି କରୁଥିଲେ। ରାତି ଅଧିଆ ଚୋରା ରେ ମଦ ପିଉଥିବା ଲୋକ ଏକ ପ୍ରକାର ବିଷ କୁ ପିଉଥିବା ବେଳେ ମଦ ମୃତ୍ୟୁ ଭଳି ଆଶଙ୍କା କୁ ମଧ୍ୟ ଏଡାଇ ଦିଆଯାଇନପାରେ। କଥା ହେଉଛି ଯେ ଜଣେ ମହିଳା royal stag, royal challenge, imperial Blue ଭଳି ନାମୀଦାମୀ କମ୍ପାନୀ ର ବୋତଲ କେଉଁଠାରୁ ଆଣୁଥିଲେ ତା ସହିତ excise lable ମଧ୍ୟ ବୋତଲ ରେ ବ୍ୟବହାର କରୁଥିଲେ ସୁଦ୍ଧା ଆଜିଯାଏଁ ନବରଙ୍ଗପୁର ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିନଥିବା ବେଳେ ବ୍ରହ୍ମପୁର ର ଗୁଇନ୍ଦା ଟିମ୍ ଆସି ନବରଙ୍ଗପୁର ରେ ଚଢ଼ାଉ କରି ନକଲି ମଦ ପ୍ରସ୍ତୁତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ତେବେ ମହିଳା ଙ୍କ ପାଖକୁ ଏ ସବୁ ବ୍ରାଣ୍ଡ ର ବୋତଲ ଆଉ ଠିପି କେଉଁ ଜାଗା ରୁ ଆସୁଥିଲା ଆଉ କିଏ କିଏ ଏହି ନକଲି ମଦ କାରବାର ରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ,ଡେରିରେ ହେଉ କିନ୍ତୁ କିଛି ଅଘଟଣ ଘୋଟିବା ପୂର୍ବରୁ ଏ ଚଢାଉ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି।

nis-ad
Leave A Reply

Your email address will not be published.