ସାହିତ୍ୟିକ ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ଖଲ୍ଲିକୋଟ (୧୭ /୦୨) : ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ” ସିନ୍ଧୁ – ଉର୍ମି ” ସାହିତ୍ୟ ସଂସଦ ତରଫରୁ ଖଲ୍ଲିକୋଟ ବିକ୍ରମପୁର ଗ୍ରାମ ର କୃତବିଦ୍ୟ କବି ଓ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଚିବ ଡ଼ .ପ୍ରଫେସସର ଅଧ୍ୟାପକ ସ୍ବର୍ଗତ ହର ପରିଛା ପଟନାୟକ ଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ସାହିତ୍ୟ ସଂସଦର ସଭାପତି ଓ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଙ୍କ ଅଧକ୍ଷାତା ବରିଷ୍ଠ ନାଗରିକ ମଂଚ ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି l

ଆୟୋଜିତ ସ୍ମୃତି ଚାରଣ ସଭାରେ ବରିଷ୍ଠ ଶିକ୍ଷାବିତ ପୁର୍ଣ ଚନ୍ଦ୍ର ରଥ ,କବି ପ୍ରଭାତ କୁମାର ମିଶ୍ର , ଜ୍ଞାନାନନ୍ଦ ସାଗର, ଗଙ୍ଗାଧର ସାହୁ ଅଧ୍ୟାପକ ଡ଼ .ଜଗଦୀଶ ପାଲ ସାମ୍ବାଦିକ ବିଭୁତି ଭୂଷଣ ତ୍ରିପାଠୀ ଓ ମନମୋଦନ ସାହୁ ପ୍ରମୁଖ ସ୍ମୃତି ଚାରଣ କରି ସ୍ବର୍ଗତ ପତନୟକ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ,ସାହିତ୍ୟିକ ତଥା ବରିଷ୍ଠ ଅଧ୍ୟାପକ ପାଇଁ ଖଲ୍ଲିକୋଟ ର ସଂସ୍କୃତି ସମ୍ପନ୍ନ ମାଟି ଗର୍ବ ଗୌରବାନ୍ୱିତ ସହ ରୁଦ୍ଧିମନ୍ତ କରିଛି l ତାଙ୍କର ପ୍ରତିଟି ପାଦ ଚିନ୍ନ ସାହିତ୍ୟ ଜଗତର ଉଜ୍ବଳ ତାରକା ଭାବେ ପ୍ରତିଭାତ ହୋଇ ରହିବ l ତାଙ୍କର ଉପନ୍ୟାସ ସବୁରାତି ଅନ୍ଧାର ଓ ସମକାଳୀନ କବିତା ଗୁଡିକ ସବୁବେଳେ ପଲ୍ଲବିତ ହୋଇ ରହିବ ବୋଲି ପ୍ରକାଶ କରିବା ସହ ତାଙ୍କର ପଟ ଚିତ୍ର ରେ ପୁଷ୍ପ ପ୍ରଦାନ କରିବା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ସାହିତ୍ୟ ସଂସଦ ର ସମ୍ପାଦକ ସ୍ୱାଗତ ଭାଷଣ ଦେବା ସହ ତାଙ୍କ ର କାଳଜୟୀ କବିତା ଉପରେ ଆଲୋକପାତ କରିଥିଲେ l

nis-ad
Leave A Reply

Your email address will not be published.