ରାଜଧାନୀରୁ ସନ୍ଧିଗ୍ଧ ବ୍ୟାଗ୍‌ ଜବତ, ଆଇଡ଼ି ଥିବା ସନ୍ଦେହ

ନୂଆଦିଲ୍ଲୀ ୧୭/୦୨: ରାଜଧାନୀ ଦିଲ୍ଲୀ ସ୍ଥିତ ସୀମାପୁରୀ ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ଗୋଟିଏ ବ୍ୟାଗ୍‌ ମିଳିଛି । ବ୍ୟାଗ୍‌ଟି କିଏ ଏବଂ କେଉଁ ପରିସ୍ଥିତିରେ ସେଠାରେ ରଖିଛି ତାହା ଜଣାପଡି ନାହିଁ । ପୋଲିସ ଏବଂ NSG ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ବ୍ୟାଗ୍‌ରେ IED ବିସ୍ଫୋରକ ଥିବା ସନ୍ଦେହ କରାଯାଉଛି । ଗୁରୁବାର ମଧ୍ୟାହ୍ନରେ ପୋଲିସକୁ ଏ ନେଇ ସୂଚନା ମିଳିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି ।

ଦିଲ୍ଲୀ ପୋଲିସର ସ୍ପେସାଲ୍‌ ସ୍କ୍ବାଡ୍ ଅଧିକାରୀଙ୍କ କହିବା ଅନୁଯାୟୀ, ସନ୍ଦିଗ୍ଧ ବ୍ୟାଗ୍‌ଟି ଦିଲ୍ଲୀର ପୁରୁଣା ସୀମାପୁରୀର ଡି-୪୨ ଲେନ୍‌ର ଏକ ଘରୁ ମିଳିଛି । ସ୍ପେସାଲ ସେଲ୍‌ ପକ୍ଷରୁ ଏ ନେଇ ଯାଞ୍ଚ ଜାରି ରହିଛି । ବ୍ୟାଗ୍‌ରେ ପ୍ରକୃତରେ କଣ ଅଛି ସେ ନେଇ ଯାଞ୍ଚ ଜାରି ରହିଛି । ଅନୁମାନ କରାଯାଉଛି ବ୍ୟାଗ୍‌​‌ରେ ବିସ୍ଫୋରଣ ପାଇଁ ବ୍ୟବହୃତ IED ରହିଥାଇପାରେ ।

ଗାଜିପୁରରୁ କିଛି ସମୟ ପୂର୍ବରୁ ମିଳିଥିବା ଆରଡିଏକ୍ସ ମାମଲାର ଅନୁସନ୍ଧାନ ଚଳାଉଥିବା ବେଳେ ସ୍ପେଶାଲ ସେଲର ଟିମ୍ ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ପହଞ୍ଚିଥିଲେ। ଖୋଜାଖୋଜି ସମୟରେ ସନ୍ଦେହଜନକ ବ୍ୟାଗଟି ମିଳିଥିଲା । ସେଥିରେ ବିସ୍ଫୋଟକ ଥିବା ସନ୍ଦେହ କରାଯାଉଛି । ତେବେ ଯେଉଁ କୋଠରୀରୁ ବ୍ୟାଗ୍ ମିଳିଛି ସେଠାରେ ୩/୪ ଜଣ ଯୁବକ ଭଡାରେ ରହୁଥିଲେ । ଏବେ ସେମାନେ ଫେରାର୍‌ ଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.