ମର୍ମାନ୍ତୁକସଡ଼କ ଦୁର୍ଘଟଣା ରେ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ…

କୋରାପୁଟ :-କୋରାପୁଟ ଜିଲ୍ଲା ସେମିଲିଗୁଡା ଗଙ୍ଗାମା ମନ୍ଦିର ନିକଟରେ ଏକ ମର୍ମାନ୍ତୁକ ଘଟଣା ଘଟିଛି. ଗୁରୁବାର  ସକାଳ ପ୍ରାୟ 9.30 ରେ  ଜଣେ ଶିକ୍ଷୟତ୍ରୀ ବିଦ୍ୟାଳୟ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣା ରା ଶିକାର ହୋଇ ମୁର୍ତ୍ୟୁ ବରଣ କରିଛନ୍ତି. ଖବର ରୁ ଜଣା ପଡିଛି ଜେ ଶିକ୍ଷୟତ୍ରୀ ଜଣକ ସ୍କୁଟି ରେ ବିଦ୍ୟାଳୟ ଯାଉଥିବା ସମୟ ରେ ଏକ ଗାଈ ସାମନାକୁ ଚାଲି ଆସିଥିଲା. ହଟାତ ବ୍ରେକ ମାରିବା ଫଳରେ ସେ ରାସ୍ତାରେ ପଡି ଯାଇଥିଲେ. ଏଥିରେ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା ଘଟଣା ସ୍ଥଳରେ ତାଙ୍କର ମୁର୍ତ୍ୟୁ ଘଟିଥିଲା. ସେ ଉପର ମାନିଆ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଟନ୍ତି. ତାଙ୍କନାମ ଅନ୍ନପୂର୍ଣ୍ଣା କୁମାରୀ ପଣ୍ଡା. ସେ ସେମିଲିଗୁଡା ଗପବନ୍ଧୁନଗର ରେ ରହୁଥିଲେ. ପାଖରେ ତାଙ୍କ ପରିବାର କେହି ରହୁନଥିବା ଜଣା ପଡିଛି. ଫଳରେ ରାସ୍ତା ଉପରେ ଅନେକ ସମୟ ଧରି ମୁର୍ତ୍ୟୁ ଶରୀର ପଡିରହିଥିଲା. ସେମିଲିଗୁଡା ପୋଲିସ ଘଟଣା ସ୍ଥଳରେ ପଂହଁଚି ଘଟଣା ର ତଦନ୍ତ କରିଛନ୍ତି. ରାସ୍ତା ଉପରେ ବୁଲା ଗାଈ ମାନଙ୍କ ସଂଖ୍ୟା ବଡ଼ିବା ରେ ଲାଗିଥିବା ବେଳେ ଏପରି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ତେବେ ସୁନାବେଡା ମୁନିସିପାଲିଟି କେବେ ଏହାର ପ୍ରତିକାର କରିବ ଏହା ଦେଖିବାକୁ ବାକି ରହିଲା. 

nis-ad
Leave A Reply

Your email address will not be published.