ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହତ୍ୟା କରିବା ଅତ୍ୟନ୍ତ ଦୁଃଖଦାୟକ


ବଡଖଣ୍ଡି ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ କାପଲ ନର୍ମଦା ଓ ତାଙ୍କ ସ୍ବାମୀ ରୋହିତଙ୍କୁ ଆକ୍ରମଣ କରିବା ନିନ୍ଦନୀୟ


ହିଞ୍ଜିଳିକାଟୁ, ତା୧୬/୦୨. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ଅଭାବନୀୟ ଘଟଣା ଦୃଶ୍ୟମାନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ କାପଳ ନର୍ମଦାଙ୍କୁ ଗତକାଲି ଶାସକ ଦଳର ସମତି ସଭ୍ୟା ପ୍ରାର୍ଥୀଙ୍କ ସମର୍ଥକ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଆଜି ସମରଝୋଳ ମତଦାନ କେନ୍ଦ୍ରରେ ମଧ୍ୟ ତାଙ୍କ ସ୍ବାମୀ କାପଲ ସ୍ବାମୀଙ୍କ ଉପରେ ଆକ୍ରମଣ ହୋଇଥିଲା । କାପଲ ନର୍ମଦା ମୋର ଜଣେ ପ୍ରତିଦ୍ବନ୍ଦି ହୋଇଥିଲେ ମଧ୍ୟ ସେ ଜଣେ ମୋର ଭଲ ବନ୍ଧୁ ଅଟନ୍ତି । ଆଜି ମତଦାନ କରି ଫେରୁଥିବା ସମୟରେ ସାକ୍ଷାତ ହେବାରୁ ସେ ଅତି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଥିଲେ । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଯଦି ଅପରାଧ ତେବେ ନିର୍ବାଚନ କାହିଁକି ? ସର୍ବବୃହତ ଗଣତନ୍ତ୍ରର ଦେଶ ବୋଲି କାହିଁକି ଡିଣ୍ଡିମ ପିଟିବା ?

ଜଣେ ୨୨ ବର୍ଷ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ନିଜ ଦଳର ନେତା ଓ କର୍ମୀଙ୍କୁ ଏହି ଶିକ୍ଷା ଦେଇପାରିଲେ ନାହିଁ, ତେବେ ଜଣେ ସଚ୍ଚୋଟ ଓ ନିର୍ମଳ ଭାବମୂର୍ତ୍ତି ର ମୂଖ୍ୟମନ୍ତ୍ରୀ ଗଣତାନ୍ତ୍ରିକ ପରମ୍ପରାକୁ କିପରି ସମ୍ମାନ ଦେଉଥିବେ ତାହା ପ୍ରଶ୍ନବାଚୀ । ପୋଲିସ ଓ ପ୍ରଶାସନର ଭୂମିକା ସନ୍ଦେହ ଜନକ । ରକ୍ଷକ ହୋଇ ଭକ୍ଷକ ନୀତି ଆପଣାଇଥିବା ଯୋଗୁଁ ସାଧାରଣ ଗ୍ରାମବାସୀ ଭୀତତ୍ରସ୍ତ । ଏଭଳି ମାଡମାରିବା ଓ ଭୟଭୀତ କରି ଆତଙ୍କରାଜ ସୃଷ୍ଟି କରିବା ନୀତିକୁ ଦୃଢ ଭାଷାରେ ନିନ୍ଦା କରିବା ସହ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପରିବାର, ସମର୍ଥକ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ବଡଖଣ୍ଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ତଥା ସି.ପି.ଆଇ(ଏମ୍- ଏଲ୍) ରେଡଷ୍ଟାର ଜିଲ୍ଲା କମିଟି ସଦସ୍ୟା ପେଦିନୀ ପାର୍ବତୀ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।


nis-ad
Leave A Reply

Your email address will not be published.