କେଜ୍ରିଓ୍ଵାଲ୍ ଖଲିସ୍ଥାନର ସମର୍ଥକ! ଥରେ କହିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇ ନପାରିଲେ ଏହି ସ୍ଵାଧୀନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବି: କୁମାର ବିଶ୍ଵାସ

ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ଆସନ୍ତା ଫେବ୍ରୁଆରି ୨୦ରେ ହେବାକୁ ଯାଉଛି। ଏହାକୁ ନେଇ ବିଜେପି, କଂଗ୍ରେସ୍, ଆପ୍, ଅକାଳି ଦଳ ଓ ଅନ୍ୟ ରାଜନୈତିକ ଦଳମାନେ ମତଦାନ ପାଇଁ ଜୋରଦାର ପ୍ରସ୍ତୁତ ହେଉଛନ୍ତି। ଇତ୍ୟବସରରେ ଆମ୍ ଆଦମି ପାର୍ଟିର ପୂର୍ବତନ ନେତା କୁମାର ବିଶ୍ଵାସ ଦଳର ସୁପ୍ରିମୋ ଅବବିନ୍ଦ କେଜ୍ରିଓ୍ଵାଲଙ୍କ ଉପରେ ଗୁରୁତର ଅଭଯୋଗ ଲଗାଇଛନ୍ତି।
କବି କୁମାର ବିଶ୍ଵାସ ଏକ ମିଡିଆକୁ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ଵାଲ ଖଲିସ୍ଥାନର ସମର୍ଥକ। ସେ ସତ୍ତା ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି। ମୁଁ ଯେତେବେଳେ ତାଙ୍କ ସହ ଥିଲି ସେ ମୋତେ ତାଙ୍କ ଯୋଜନାଗୁଡିକ ବିଷୟରେ ଜଣାଉଥିଲେ। ଦିନେ ସେ କହିଥିଲେ, ମୁଁ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି; ନହେଲେ ସ୍ଵାଧୀନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବି। କେଜ୍ରିଓ୍ଵାଲଙ୍କୁ ବିଛ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାରେ କୌଣସି ଦ୍ଵିଧା ନାହିଁ। ପଞ୍ଜାବ କେବଳ ଏକ ରାଜ୍ୟ ନୁହେଁ ଏହା ଏକ ଭାବନା। ସମ୍ପୂର୍ଣ୍ଣ ଦୁନିଆରେ ପଞ୍ଜାବ ଏକ ଭାବନା ଅଟେ। ମୁଁ ବିଛ୍ଛିନ୍ନତାବାଦୀଙ୍କ ସାହାଯ୍ୟ ନେବାକୁ ମନା କରିଥିଲି କେଜ୍ରିଓ୍ଵାଲଙ୍କୁ, କିନ୍ତୁ ସେ କହିଥିଲେ – ନା…ନା… ହେଇଯିବ।
ଅନ୍ୟପକ୍ଷରେ କୁମାର ବିଶ୍ଵାସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମ୍ ଆଦମି ପାର୍ଟିର ପ୍ରବକ୍ତା ରାଘବ୍ ଚଡ୍ଡା କହିଛନ୍ତି, କୁମାର ବିଶ୍ଵାସ ମିଥ୍ୟା ଓ ମନଗଢା ଭିଡିଓ ବନାଇ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବଦନାମ କରିବାକୁ ଭିଡିଓ ପ୍ରକାଶିତ କରୁଛନ୍ତି।

nis-ad
Leave A Reply

Your email address will not be published.