ଦୀପ୍ ସିଦ୍ଧୁଙ୍କ ମରଶରୀର ଘରେ ପହଞ୍ଚିବା ପରେ ‘ଖଲିସ୍ଥାନ ଜିନ୍ଦାବାଦ’ର ସ୍ଲୋଗାନ୍ ଦେଲେ କିଛି ଲୋକ

ଲୁଧିଆନା: ବ୍ୟବଚ୍ଛେଦ ପରେ ଦୀପ୍ ସିଦ୍ଧୁଙ୍କ ମରଶରୀରକୁ ଲୁଧିଆନା ଅଣାଯାଇଛି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମର ଶରୀର ଲୁଧିଆନା ପହଞ୍ଚିବା ମାତ୍ରେ ତାଙ୍କ ଘର ସାମନାରେ କିଛି ବିଶୃଙ୍ଖଳିତ ଲୋକଙ୍କ ଭିଡ ହୋଇଯାଇଥିଲା। ଭିଡରେ ଥିବା ଲୋକମାନେ ‘ଖଲିସ୍ଥାନ ଜିନ୍ଦାବାଦ’ର ସ୍ଲୋଗାନ୍ ଦେଇଥିଲେ।
ସୂତନା ଅନୁସାରେ, ଦୀପ୍ ସିଦ୍ଧୁଙ୍କ ଶରୀର ଲୁଧିଆନାରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କ ଘର ପାଖରେ ଏକାଠି ହୋଇଥିଲେ। ଏହି ସମୟରେ ସେଠାରେ ଠେଲାପେଲା ହେବାର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଦୀପ୍ ସିଧୁଙ୍କ ପ୍ରଶଂସକମାନେ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏହା ସହିତ ସେମାନେ ଖଲିସ୍ଥାନ ସପକ୍ଷରେ ମଧ୍ୟ ସ୍ଲୋଗାନ୍ ଦେଇଥିଲେ।
ଦୀପ୍ ସିଦ୍ଧୁଙ୍କ ପରିବାର ସଦସ୍ୟଙ୍କ ଅନୁସାରେ, ଦୀପ୍ ସିଦ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିବଡ଼ିଛି। ଦୀପଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ବୃତ୍ତିରେ ଓକିଲ ଥିବା ଦୀପ୍ ମୁମ୍ବାଇରେ ଓକିଲାତି କରୁଥିଲେ। ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସିନେମାରେ ଅଭିନୟ କରିବା ପାଇଁ ଇଛ୍ଚା ପ୍ରକଟ କରିଥିଲେ। ଅଭିନୟ କରିବା ସହିତ ସେ ଚଳଚ୍ଚିତ୍ର ନିର୍ମାଣ ମଧ୍ୟ କରୁଥିଲେ। ଦୀପ୍ ବିବାହ କରିଥିଲେ, ତାଙ୍କର ଏକ ଝିଅ ଅଛି ଯିଏକେ ନିଜ ମା ସହ ମୁମ୍ଵାଇରେ ରହେ।
ମଙ୍ଗଳବାର ସେ ନିଜେ କାର୍ ଚଲାଇ ଦିଲ୍ଲୀରୁ ଭଟିଣ୍ଡା ଆସୁଥିବା ସମୟରେ, ରାତି ପାଖାପାଖି ୯ଟା ୩୦ରେ ଖରଖୌଦା ନାମକ ସ୍ଥାନରେ ଦୁର୍ଘଟଣା ଘଟିଥିଲା।

nis-ad
Leave A Reply

Your email address will not be published.