ବଦଳୁଛି ସ୍ୱାସ୍ଥ କେନ୍ଦ୍ର ର ପରିବେଶ : ପାର୍କ ର ଭ୍ରମ ସୃଷ୍ଟି କରୁଛି ଏମଭି 79 ସ୍ୱାସ୍ଥ କେନ୍ଦ୍ର…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ମାଲକାନଗିରି : ଜାତୀୟ ସ୍ତରରେ ଅୟୋଜିତ କୟାକଳ୍ପ ପ୍ରତିଯୋଗୀତା ରେ ପୂର୍ବ ବର୍ଷ ର ରେକର୍ଡ କୁ ଦୋହରାଇବା ପାଇଁ ଚେଷ୍ଟା କରିଛନ୍ତି ଏମଭି 79 ସ୍ୱାସ୍ଥ କେନ୍ଦ୍ର ର କର୍ତ୍ତୁପକ୍ଷ ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ର ସ୍ୱାସ୍ଥ କେନ୍ଦ୍ର ସ୍ଵଚ୍ଛ ଭାରତ ଅଭିଯାନ ର ଏକ ଅଂଶ କୟାକଳ୍ପ ରେ ସଫଳତା ହାସଲ କରିବା ଲାଗି ଚେଷ୍ଟା ଜାରି ରଖିଥିବା ବେଳେ ବଦଳି ଯାଇଛି ଏମଭି 79 ସ୍ୱାସ୍ଥ କେନ୍ଦ୍ରର ରୂପରେଖ ।
ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାର ର ସହ କାମ କରି ମେଡିକାଲ ରେ ଏହି ଭଲି ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିବା ବେଳେ କୟାକଳ୍ପ ର ଟିମ୍ର ଗସ୍ତ ସମସ୍ତ ଙ୍କ ମଧ୍ୟ ରେ ଉତ୍ସାହ ଭରିଛି ।

କାୟାକଳ୍ପ ବଦଳାଇ ଦେଇଛି ସ୍ୱାସ୍ଥ କେନ୍ଦ୍ରର ଚିତ୍ର। ସ୍ଵଚ୍ଚ ଭାରତ ଅଭିଯାନ ର ଏକ ଅଂଶ ଭାବେ କୟାକଳ୍ପ ପ୍ରତିଯୋଗୀତା ଏଥିରେ ପୂର୍ବ ବର୍ଷ ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା ଏମଭି 79 ଆଂଚଳିକ ସ୍ୱାସ୍ଥ କେନ୍ଦ୍ର ଏଥର ସର୍ବୋଚ୍ଚ ସ୍ଥାନ ରେ ରହିବା ପାଇଁ ଆଶା ବାନ୍ଧିଛି । ସ୍ୱାସ୍ଥ କେନ୍ଦ୍ର ର ସମସ୍ତ କର୍ମଚାରୀ।ଉତ୍ତମ ରୋଗୀ ସେବା ଓ ଡାକ୍ତର ଖାନାର ସୁସ୍ଥ ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସୁସ୍ଥ ବାତାବରଣ, ପରିଷ୍କାର ପରିଛନ୍ନତା ସବୁ କିଛି ରେ ଏବେ ବେଶ୍ ଆଗ ରେ ଏମଭି 79 ଆଂଚଳିକ ସ୍ୱାସ୍ଥ କେନ୍ଦ୍ର ।

ଏହି ମେଡିକାଲ୍ ଗସ୍ତ କରି ଫେରିଛନ୍ତି କୟାକଳ୍ପ ର ସ୍ଵତନ୍ତ୍ର ଟିମ୍। Admo ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଏସପି ମହାରଣା, କୋରାପୁଟ ର UNICEF ର ଅଧିକାରୀ ନିହାର ରଞ୍ଜନ ଜେନା,ଶଶାଙ୍କ ଶେଖର ପଣ୍ଡିତ ଆଦି ମେଡିକାଲ ର ସମସ୍ତ କର୍ମଚାରୀ ଙ୍କ ନିଷ୍ଠାକୁ ଭୂରି ଭୂରି ପ୍ରଶଂସା କରିଥିଲେ।ସେପଟେ ପୁର୍ବ ବର୍ଷ ର ସଫଳତା ଆହୁରି କର୍ମଚାରୀ ଙ୍କ ମଧ୍ୟରେ ଉତ୍ସ।ହ ଭରି ଦେଇଥିଲାୟ । ତେଣୁ ଚଳିତ ବର୍ଷ ମଧ୍ୟ ଭଲ ଫଳାଫଳ ରହିବ ବୋଲି ଆଶା କରିଛନ୍ତି ଏମଭି 79 ଡାକ୍ତର ପ୍ରସନଜିତ ରାୟ । ଉତ୍ତମ ସ୍ୱାସ୍ଥ ସେବା ଓ ରୋଗୀ ସେବା ଯୋଗାଇ ଆସୁଥିବା ଏମଭି 79 ସ୍ୱାସ୍ଥ କେନ୍ଦ୍ର କୟାକଳ୍ପ ରେ କେତେ ନମ୍ବର ସ୍ଥାନ ରେ ରହୁଛି ତାହା ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.