ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ବୋମାମାଡ଼

ସାଲେପୁର: ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ହୋଇଛି ବୋମାମାଡ଼ । ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଘରର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଚଳିତ ବର୍ଷ ପାଞ୍ଚଟି ପର୍ଯ୍ୟାୟରେ ୨୪ ତାରିଖ ପର୍ଯ୍ୟନ୍ତ ମତଦାନ ହେବ। ଏହା ସହ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ କରିବେ। ଏଥର ମୋଟ୍ ୬,୭୯୪ଟି ଗ୍ରାମ ପଞ୍ଚାୟତର ୯,୧୯୧୩ଟି ୱାର୍ଡରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟ୍ ୯୧,୯୧୩ଟି ବୁଥ୍‌ରୁ ୧୩,୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ଥିବାବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟରେ ୩,୩୫୭ଟି ଉତ୍ତେଜନା ପ୍ରବଣ ବୁଥ୍‌ ରହିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନିର୍ବାଚନକୁ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.