ବନ୍ଧୁଗାଁ ବ୍ଲକ ଗାରେଡ଼ି ପଚାୟତ ରେ ନିର୍ବାଚନ ହିଂସା :ପ୍ରାର୍ଥୀ ଙ୍କୁ ହରେଇବା ପାଇଁ ଦେଶୀ ଔଷଧ ବ୍ୟବହାର, ପୋଲିସ୍ ର ସୁରକ୍ଷା ଲୋଡିଲେ ପ୍ରାର୍ଥୀ…


କୋରାପୁଟ:- -କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ର ଗାରେଡ଼ି ପଂଚାୟତରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ପ୍ରାର୍ଥୀ କୁ ହରେଇବା ପାଇଁ ମାରାଣାସ୍ତ୍ତ ବଦଳରେ ସୋହିନୀ ଦେଶୀ ଔଷଧ କୁ ବ୍ୟବହାର କରିଛନ୍ତି ବିରୋଧୀ ଗୋଷ୍ଠୀ।କଥା ଆଶ୍ଚର୍ଯ୍ୟ ହେଲେ ବି ସତ ।ଏହାକୁ ନେଇ ପୁରା ପଂଚାୟତ ରେ ରାଜନୀତି ଉଷ୍ମତା ଦେଖାଦେଇଛି।ସକାଳ ପାଇଲେ ପ୍ରଥମ ପର୍ଯ୍ୟାୟରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ହେବ ବନ୍ଧୁଗାଁ ରେ  । ପ୍ରଚାର ସରିଛି ।ବୁଥ୍ କୁ ନିର୍ବାଚନ ଅଧିକାରୀ ପହଂଚି ସାରିଛନ୍ତି।ଏଥିପାଇଁ ପ୍ରାର୍ଥୀ କିପରି ଭୋଟର ଙ୍କୁ ଆକୃଷ୍ଟ କରି  ନିଜ ନିଜ ସମର୍ଥନ ରେ ଭୋଟ ହାତେଇବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି । ଗାଁ ଗାଁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଛକାପଞ୍ଝା ,ରାଜନୀତି ତାତି ହିଂସା ,ଦେଖିବାକୁ ମିଳୁଛି ।କିନ୍ତୁ କୋରାପୁଟ ର ଆଦିବାସୀ ବହୁଳ ବନ୍ଧୁଗାଁ ବ୍ଲକ ର ସୀମାନ୍ତ ଗାଁ ରେ ଭିନ୍ନ ଧରଣର ନିର୍ବାଚନ ହିଂସା ଦେଖିବାକୁ ମିଳିଛି । ପ୍ରାର୍ଥୀ ଙ୍କୁ ହରେଇବା ପାଇଁ ବିପକ୍ଷ ଗୋଷ୍ଠୀ ଦେଶୀ ଔଷଧ ବ୍ୟବହାର କରି ପ୍ରାର୍ଥୀ ଙ୍କ ଘରେ ପକାଉଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ନିର୍ଧୁମ୍ ମାଡ଼ ଖାଇବା ସହ ରାତି ତମାମ ଗାଁ ଲୋକ ବନ୍ଧକ ରଖି ସକାଳେ ପୋଲିସ କୁ ଡାକି ଜିମା ଦେଇଥିବା ଘଟଣା ବେଶ୍ ଚର୍ଚା ର ବିଷୟ ପାଲଟିଛି ।ଏହାକୁ ନେଇ ଗାଁ ଏବଂ ପୁରା ପଂଚାୟତ ରାଜନୀତି ଉଷ୍ମତା ଦେଖାଦେଇଛି ।ଘଟଣା ବନ୍ଧୁଗାଁ ବ୍ଲକ ଗାରେଡ଼ି ପଂଚାୟତର ଡିମ୍ବୁଗୁଡା ଗାଁ ରେ ।ଏହି ପଂଚାୟତରେ ସରପଂଚ ପ୍ରାର୍ଥୀ ଏବଂ ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥି ବିଜୟର ଆଗରେ ଥିବା ବେଳେ ଏମାନେ ହାରିବା ପାଇଁ ବିପକ୍ଷ ପ୍ରାର୍ଥୀ କିଛି ଯୁବକ ଙ୍କୁ ହାତକରି ସେମାନଙ୍କୁ ବ୍ୟବହାର କରି ବିଜୟ ପ୍ରାର୍ଥୀ ଙ୍କୁ ଘରକୁ ଯାଇ ଦେଶୀ ଔଷଧ ବ୍ୟବହାର କରି ପରାଜିତ କରିବାକୁ ଚେଷ୍ଟା କରିଥିଲେ।ବନ୍ଧୁଗାଁ ବ୍ଲକ ର ଗାରେଡ଼ି ପଂଚାୟତରେ ସରପଂଚ ପ୍ରାର୍ଥୀ  ସୁକାନ୍ତି ମେଲେକା ଏବଂ ମାତି ମାଣ୍ଡିଙ୍ଗି  ପ୍ରାର୍ଥିତ୍ବ କରୁଛନ୍ତି  ।ତାଙ୍କ ସ‌‌ହ ଚନ୍ଦ୍ରମା ଟାକ୍ରି, ସ୍ମୃତି ଡଙ୍ଗରି,ସେବତି କୁମାରୀ ନାୟକ ଏବଂ ସସ୍ମିତା ବେନିଆ  ବି ଗାରେଡ଼ି ପଚାୟତ ପାଇଁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଢୁଛନ୍ତି ।ଗତକାଲି ସନ୍ଧ୍ୟାରେ ତିନିଜଣ ଅଜଣା ଯୁବକ ଦୁଇଜଣଙ୍କୁ ଡିମ୍ବାଗୁଡା ଗାଁ କୁ ସନ୍ଧ୍ୟା ରେ ମୋଟରସାଇକେଲ ଧରି ଆସି ଗାଁ ମୁଣ୍ଡରେ ଛାଡି ଚାଲିଯାଇଥିଲା। ଡିମ୍ବାଗୁଡା ର ଝିଅ ସୁକାନ୍ତି ମେଲେକା (ଗାରେଡ଼ି ପଂଚାୟତର ସରପଂଚ ପ୍ରାର୍ଥି )ଙ୍କ ଘରେ ପଶି ପାଣି ମାଗିଥିଲେ । ଗାଁ ର ସୋବିନାଥ ହବିକା ଯୁବକ ପଚାରିଲେ ଦୁଇ ଜଣକୁ କୁଆଡେ ଆସିଛ ବୋଲି ।ସରପଂଚ କିଏ ,ତାଙ୍କୁ ଦେଖିବାକୁ ଆସିଛୁ ବୋଲି ଉତର ଦେଇଥିଲେ ।ଏଥିସହ ନିର୍ବାଚନ ବିଷୟରେ କିଛି ବାର୍ତ୍ତାଳାପ ହୋଇଥିଲା ପ୍ରାର୍ଥୀ ଙ୍କ ଘର ଆଗରେ ।ପରେ ଦୁଇ ଅଜଣା ଯୁବକ ସାଙ୍ଗ ରେ ଆଣିଥିବା ପକେଟରୁ କିଛି ସାମଗ୍ରୀ କାଢି ଘରେ ପକେଇଲେ ।କିଛି ଔଷଧ ଭର୍ତ୍ତି କାଗଜ ଆଣି ସରପଂଚ ଙ୍କ ଘର ଆଗରେ ପକେଇଲେ ।ଏମାନଙ୍କ ଘର ପୁର୍ବରୁ ଦେଶୀ ଔଷଧ କୁ ଅନ୍ୟ ତିନିଜଣ ସମିତି ସଭ୍ୟ ପ୍ରାର୍ଥୀ ଙ୍କ ଘରେ ପକେଇ ସାରିଥିଲେ ।ଶେଷରେ ଡିମ୍ବାଗୁଡାର ସରପଂଚ ଙ୍କ ଘରେ ପକେଇ ପଳେଇଯିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଯୁବକ ସନ୍ଦେହ କରି କରିଦେଇଥିଲେ। ଗାଁ ମୁଣ୍ଡରେ ରଶି ରେ ବାନ୍ଧି ମାଡ଼ ମାରିଥିଲେ । ଏହି ସମୟରେ ଗାଁ ଲୋକ ଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଦୁହିଁଙ୍କ ବାନ୍ଧି ରାତି ତମାମ ଗାଁ ଲୋକ ରଖିଥିଲେ ।ମାଡ଼ ମାରି ସତ କଥା ଓଗାଳିଥିଲେ ।ପରେ ସକାଳୁ ପୋଲିସ ଆସି ଦୁଇ ଦୁର୍ବୁତ ଙ୍କୁ ଉଦ୍ଧାର କରି ଥାନା କୁ ଆଣି ପଚରା ଉଚରା କରିଥିଲେ । ପ୍ରାର୍ଥୀ ଙ୍କ ଅଭିଯୋଗ କୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ପୋଲିସ ନିକଟରେ ଅଭିଯୋଗ କରି ସୁରକ୍ଷା ବି ଲୋଡିଛନ୍ତି ପ୍ରାର୍ଥୀ।ସକାଳ ପାଇଲେ ଭୋଟ ଥିବାରୁ ପ୍ରାର୍ଥି ମାନେ ଭୟଭୀତ ଅବସ୍ଥାରେ ପୋଲିସର ସୁରକ୍ଷା ଲୋଡିଛନ୍ତି ।ଏପରି ଘଟଣା ଏ ଅଂଚଳରେ ପ୍ରଥମ ହୋଇଥିବା ବେଳେ ଶାନ୍ତ ଶୃଙ୍ଖଳା ସହ ନିର୍ବାଚନ ହେବ ବୋଲି ଆଶା ରଖିଛି ପୋଲିସ୍ । 

nis-ad
Leave A Reply

Your email address will not be published.