ଦରମା ଦେବାରେ ବିଳମ୍ବ କୁନେଇ ବିଦ୍ୟୁତ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…


କୋରାପୁଟ: ଜିଲ୍ଲା ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ, ଅବସର ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ବିଭାଗୀୟ ଉଚ୍ଚ ପଦାଧିକାରୀ ମାସିକ ଦରମା ଓ ପେନସନ ପ୍ରଦାନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ । ଏହାର ପ୍ରତିବାଦ କରି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ବିଦ୍ୟୁତ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ମାସିକ ଦରମା ଦେବାରେ ବିଳମ୍ବ, ବିଦ୍ୟୁତ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଓଡିଶା ଓ ଆନ୍ଧ୍ରପ୍ରଦେଶ ଦ୍ୱାରା ପରିଚାଳିତ ପ୍ରକଳ୍ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ କର୍ମଚାରୀ, ପେନସନ ହିତାଧିକାରୀ ଓ ଅଧିକାରୀଙ୍କୁ ମାସିକ ଦରମା ଓ ପେନସନ ଦେବାରେ ଆନ୍ଧ୍ର ସରକାର ବିଫଳ ହୋଇଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି । ଏପଟେ ବିଦ୍ୟୁତ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

nis-ad
Leave A Reply

Your email address will not be published.