କଟକରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ

କଟକ: କଟକରୁ ପୁଣି ଜବତ ହେଲା ଧଳା ଜହର। ପୁଣି ବ୍ରାଉନସୁଗାର କବଳରେ ଯୁବପୀଢି । ଜଳେଶ୍ବର ପାଲିଟିଛି ଧଳା ଜହର ବେପାରର ପେଣ୍ଠ ସ୍ଥଳୀ । କଟକ ମାଲଗୋଦାମ ପୋଲିସ ଏହି ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ଯୋବ୍ରା ତତ୍ତ୍ୱବଟ ଅଞ୍ଚଳରେ ଚଢ଼ାଉ କରି ୪୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଛି ।

ଏହି ବ୍ରାଉନସୁଗାର କାରବାର କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଦୁଇ ଅଭିଯୁକ୍ତଙ୍କ ନାଁ ଲଖିରାମ ମାରାଣ୍ଡି ଓ ସେକ୍ ଆବିଦ । ଉଭୟଙ୍କ ଘର ଜଳେଶ୍ବର ଅଞ୍ଚଳରେ। ଉଭୟ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି କଟକରେ ବିକ୍ରି କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ।

nis-ad
Leave A Reply

Your email address will not be published.