ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି : କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

କଟକ: ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। କଟକ, ଭୁବନେଶ୍ବର, ଯାଜପୁର ଓ କୋରାପୁଟର ମୋଟ୍ ୧୫ ଟି ଜାଗାରେ ଚାଲିଛି ଚଢାଉ ।

ଭୁବନେଶ୍ବର ରସୁଲଗଡସ୍ଥିତ ମନୋରମା ଇଷ୍ଟେଟ୍ ଫ୍ଲାଟ ନଂ-୨/୨୫, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ବଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାର ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଚଣ୍ଡିଖୋଲ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ନାଁରେ ମେଡିସିନ୍ କମ୍ପାନୀ, କଟକ ତୁଳସୀପୁରସ୍ଥିତ ଅଫିସ, କଟକ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ଚାଲିଛି । ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି , ୧୩ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଓ୍ବାରେଣ୍ଟ ବଳରେ ଚଢାଉ କରାଯାଇଛି।

ତ୍ରିନାଥ ମିଶ୍ର କଟକ ଜିଲ୍ଲାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ପୁଣି କଟକ ଜିଲ୍ଲାରେ ଇନ୍ସପେକ୍ଟର ଭାବେ କଟକ ଜିଲ୍ଲାରେ କାର୍ଯ୍ଯ କରିଥିଲେ । ପରବର୍ତ୍ତି ସମୟରେ ପୁଣି ପଦୋନ୍ନତି ପାଇ ଏସିପି ଭାବେ କଟକ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ବେଳେ ପୁଣି ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭାବେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର ଅତିରିକ୍ତ ଏସପି କମ୍ୟୁନିକେସନ ଭାବେ ବଦଳି ହୋଇଥିଲା। ତ୍ରିନାଥ ମିଶ୍ର ଦୀର୍ଘ ବର୍ଷ କଟକ ଜିଲ୍ଲା ଓ କମିଶନରେଟ ପୋଲିସ ରେ କାର୍ଯ୍ଯ କରିଥିଲେ।

ତେବେ ଆଜି ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢାଉରେ ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଛି ସେଥିରେ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ଯାଜପୁର ଚଣ୍ଡିଖୋଲରେ ହସପିଟାଲ ଏବଂ ମେଡିକାଲ କେୟାର ବ୍ୟବସାୟ ରହିଛି। ଶାନ୍ତିଲତା କେୟାର(ନର୍ସିଂ ହୋମ୍) ଓ ଶାନ୍ତିଲତା ଡ୍ରଗ୍ ହାଉସ୍ ୨ଟି ରହିଛି। ପତ୍ନୀ ଶାନ୍ତିଲତାଙ୍କ ନାଁରେ ଯାଜପୁରର ଚଣ୍ଡିଖୋଲ ଏବଂ ଧାନମଣ୍ଡଳରେ ଦୁଇଟି ଟ୍ରାନ୍ସପୋର୍ଟର ସଂସ୍ଥା ରହିଛି। ସେହିପରି କଟକ ମହାନଦୀ ବିହାରରେ ଦୁଇ ପୁଅଙ୍କ ନାଁରେ ଔଷଧ ବ୍ୟବସାୟ କମ୍ପାନୀ ରହିଛି । ଏହାସହ ଭୁବନେଶ୍ବର ରସୁଲଗଡସ୍ଥିତ ମନୋରମା ଇଷ୍ଟେଟରେ ଗୋଟିଏ ଫ୍ଲାଟ୍, ଯାଜପୁର ବଡଚଣାରେ ଫାର୍ମ ହାଉସ୍, ଭୁବନେଶ୍ବର ଏବଂ ଯାଜପୁରରେ ୩ଟି ପ୍ଲଟ, ନଗଦ ୩.୫ ଲକ୍ଷ ଟଙ୍କା ରହିଛି। ସେହିପରି ୭ଟି ଦାମିକା ଗାଡି ରହିଥିବା ଜଣାଯାଇଛି।

ଗାଡି ଭିତରେ ରହିଛି ବିଏମଡବ୍ଳ୍ୟୁ। ଯାହାର ମୂଲ୍ୟ ୧.୧୦ କୋଟି। ଗୋଟିଏ ହୁଣ୍ଡାଇ କ୍ରେଟା କାର୍ ଯାହାର ମୂଲ୍ୟ ୧୭ ଲକ୍ଷ। ଗୋଟିଏ ମାରୁତି ବାଲେନୋ କାର୍, ଚେର୍ଭୋଲେଟ୍ ଟ୍ରେଲବ୍ଲେଜର୍ କା ର୍ , ଜିଟିଆର ୨୫୦ ବାଇକ ଯାହାର ମୂଲ୍ୟ ମୂଲ୍ୟ ୫.୩ ଲକ୍ଷ ଟଙ୍କା ରହିଛି। ସେହିପରି ୧.୭୫ ଲକ୍ଷ ଟଙ୍କାର ରୟାଲ ଏନଫିଲ୍ଡ ବୁଲେଟ, ୨୦ ଲକ୍ଷ ଟଙ୍କାର ଟ୍ରିମ୍ଫୁ ରକେଟ ୩ ଆର ଭାଇଡ ବାଇକ ରହିଛି।ଭିଜିଲାନ୍ସର ଫାଇନାନ୍ସ ଏବଂ ଟେକନିକାଲ ୱିଙ୍ଗ, ଡ୍ରଗ କଣ୍ଟ୍ରୋଲର ଏବଂ ବିଶେଷଜ୍ଞଙ୍କ ଦ୍ବାରା ସମସ୍ତ ବ୍ୟବସ୍ୟାର ଆକଳନ କରାଯାଉଛି ।

nis-ad
Leave A Reply

Your email address will not be published.