ଘରୁ ଡାକି ନେଇ ଯୁବକଙ୍କ ଗଳା କାଟିଦେଲେ ମାଓବାଦୀ

ତୁମୁଡିବନ୍ଧ: ପୁଣି ରକ୍ତ ବୁହାଇଛନ୍ତି ଲାଲବାହିନୀ । ଘରୁ ଡାକି ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକ ହେଲେ ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଗୁମ ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ ହତ୍ୟା କରି ଦାଣ୍ଡରେ ପକାଇ ଚାଲିଯାଇଥିଲେ । ମାଓ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଦେଇଛି । ଏ ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

nis-ad
Leave A Reply

Your email address will not be published.