ଚଳିତ ନିର୍ବାଚନରେ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ…


ରାୟଗଡ଼ା: ଚଳିତ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମହିଳା ଭୋଟରଙ୍କ ସମର୍ଥନ ପାଇବା ପାଇଁ ଜୋରସୋରରେ ଉଦ୍ୟମ କରୁଥିବା ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି।ଚଳିତ ନିର୍ବାଚନରେ ମହିଳା ମାନଙ୍କ ପାଇଁ ୫୦ପ୍ରତିଶତ ଆସନ ସରଂକ୍ଷିତ ଥିବା କାରଣରୁ ପ୍ରଚାର ମୈଦାନରେ ମହିଳା ମାନଙ୍କ ଦବଦବା ଆକର୍ଷଣର କେନ୍ଦ୍ର ପାଲଟିଛି।ଗାଁ’ଗାଁରେ ମହିଳା ମାନଙ୍କ ପଟୁଆର ଶୋଭାଯାତ୍ରା,
ନାରାବାଜି ଆଉ ବିଭିନ୍ନ ପ୍ରତିଶ୍ରୁତିର ଇସ୍ତାହାର ନିର୍ବାଚନ ପ୍ରଚାରକୁ ଏକ ନିଆରା ରୂପ ଦେଇଛି।ଚଳିତ ବର୍ଷ ମୁନିଗୁଡା ବ୍ଲକର ସମସ୍ତ ୧୭ଟି ପଞ୍ଚାୟତରର ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ଅଧିକା।ଏହି ନିର୍ବାଚନରେ ମୁନିଗୁଡା ବ୍ଲକରେ ସମୁଦାୟ ୬୧,୪୮୫ ଜଣ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩୨,୦୫୩ ଅଛି।ଯାହାକି ପୁରୁଷ ଭୋଟରଙ୍କ ଠାରୁ ଅଧିକା।ସେହିପରି ୧୭ଟି ପଞ୍ଚାୟତରୁ ନିର୍ଦ୍ୱନ୍ଦରେ ଜଣେ ସରପଞ୍ଚ,ଦୁଇଜଣ ସମିତି ସଭ୍ୟ ଓ ୧୩୫ ଜଣ ୱାର୍ଡ ମେମ୍ବର ପଦ ହାତେଇଥିବା ବେଳେ ଅବଶିଷ୍ଟ ୧୬ଟି ସରପଞ୍ଚ,୧୫ଟି ସମିତିସଭ୍ୟ ଓ ୯୩ଜଣ ୱାର୍ଡ ମେମ୍ବର ପଦ ପାଇଁ ୨୨୮ଜଣ ପାର୍ଥିଙ୍କ ମଧ୍ୟରୁ ୧୨୨ଜଣ ମହିଳା ବିଭିନ୍ନ ପଦ ପଦବୀ ପାଇଁ ନିର୍ବାଚନ ରଣାଙ୍ଗନରେ ନିଜ ନିଜର ଭାଗ୍ୟ ପରୀକ୍ଷାରେ ଅଛନ୍ତି।ଏସବୁକୁ ଦେଖିଲେ ଜଣାଯାଏ ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କ ଗୁରୁତ୍ୱ ଢେର ଅଧିକା ଆଉ ମହିଲାମାନେହିଁ ଭୋଟିଙ୍ଗରେ ନିର୍ଣ୍ଣାୟକ ଭିମିକା ଗ୍ରହଣ କରିବେ।ମୁନିଗୁଡା ବ୍ଲକରେ ଏବେ ୧୫୨୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ମାନଙ୍କ ଶଶକ୍ତିକରଣ କାର୍ଯ୍ୟରେ ନିୟୋଜିତ।ନିୟମ ଅନୁଯାୟୀ ଏହିସବୁ ଗୋଷ୍ଠୀର ପ୍ରତି ଗ୍ରୁପରେ ଅନ୍ୟୁନ ୧୦ଜଣ ଓ ସର୍ବାଧିକ ୨୦ଜଣ ମହିଳା ରହି କାର୍ଯ୍ୟ କରିଥାନ୍ତି।ଏମାନଙ୍କର ପଂଚାୟତର ଗ୍ରାମ ମାନଙ୍କରେ ବେଶ ପତିଆରା ଥାଏ।ପ୍ରାୟତଃ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମହିଳା ଶଶକ୍ତିକରଣ ଯୋଜନାରେ ଅର୍ଥ ଆସି ଏମାନଙ୍କ ସହାୟତାରେ ଗାଁରେ କାର୍ଯ୍ୟ ଚାଲିଥାଏ।ଏଣୁ ଉଭୟ ସରକାରଙ୍କ ସମର୍ଥୀତ ପାର୍ଥି ପାର୍ଥିନୀମାନେ ଏବେ ଏହି ଗ୍ରୁପମାନଙ୍କୁ ପ୍ରଭାବିତ କରି ଭୋଟ ହାତେଇବା ଚକରରେ ଦିନରାତି ଲାଗି ପଡିଛନ୍ତି।ବିଜେପି ନେତ୍ରୀ ତଥା ଜିଲ୍ଲା ସମ୍ପାଦିକା ଶୁଶିଳା ସରାଫ ରାସନ କାର୍ଡ,ଆବାସ ଯୋଜନା, ଗମନାଗମନ,ଆୟୁଷମାନ ଭାରତ ସ୍ୱାସ୍ଥ୍ୟ ଯୋଜନା,ପାନୀୟଜଳ ଓ ଭତ୍ତା ସମସ୍ୟା ଭୋଟରଙ୍କ ସମ୍ମୁଖକୁ ଆଣୁଥିବା ସହ ମହିଳା ମାନଙ୍କ ବିକାଶ କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାରଙ୍କ ଯୋଜନାକୁ ରାଜ୍ୟ ହଡପ କରୁଥିବା ଅଭିଯୋଗ କରିଥିଲେ।ଏଥିସହ ଗର୍ଭବତୀ ମାଆ ମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଠାରୁ ଆରମ୍ଭ କରି ଉଜ୍ବଳା ଯୋଜନାରେ ମାଆ ମାନଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା କହି ପ୍ରଚାରର ରାସ୍ତା ଆପଣାଉଥିବା ଦେଖିବାକୁ ମିଳୁଛି।ସେହିପରି ବ୍ଲକ ବିଜେଡି ସଭାନେତ୍ରୀ ଲବଣି ପାଣିଗ୍ରାହୀ ବିଜେଡି ସମର୍ଥିତ ପାର୍ଥିଙ୍କ ପ୍ରଚାର ବେଳେ ମହିଳା ଶଶକ୍ତିକରଣରେ ନବୀନ ସରକାର ମହିଳା ମାନଙ୍କ ଆତ୍ମନିର୍ଭର ପାଇଁ ଋଣ,ଅନୁଦାନ,ଯୋଗାଇବା ସହ ମାହିଳା ମାନଙ୍କୁ ଶଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ତାଲିମ ଏବଂ ପ୍ରଯୁକ୍ତି ବିଦ୍ୟାରେ ନିପୁଣ କରୁଛନ୍ତି।କଂଗ୍ରେସ ନେତ୍ରୀ ସରସ୍ୱତୀ ଶବର ନାରୀକୁ ନ୍ୟାୟ ଦେବାରେ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି।ନାରୀ ନାରୀ ନିର୍ଯ୍ୟାତନାରେ ରାଜ୍ୟ ସର୍ବାଗ୍ରେ ଥିବା ପ୍ରକାଶ କରିଥିଲେ।କଂଗ୍ରେସ ସବୁବେଳେ ନାରୀକୁ ସମ୍ମାନ ଆଉ ସୁରକ୍ଷା ଦେଇ ଆସିଛି ଆଉ ଆଗକୁ ମାତୃ ସମାଜ ପାଇଁ ସଂଗ୍ରାମ କରିବ।ନାରୀ ଶଶକ୍ତିକରଣ ଉଭୟ ସରକାରଙ୍କ ପ୍ରଚାର ସର୍ବସ୍ବ ବୋଲି କଂଗ୍ରେସ ନେତ୍ରୀ କହିଥିଲେ। ମୁନିଗୁଡା ବ୍ଲକରେ ଦୁଇଟି ଯୋନର ଜିଲ୍ଲା ପରିଷଦ ମଧ୍ୟରେ ମହିଳା ପାର୍ଥିନିଙ୍କ ସଂଖ୍ୟା ମଧ୍ୟ ଅଧିକା।ଏହା ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଥିବା କାରଣରୁ ତିନି ପ୍ରମୁଖ ଦଳ ବ୍ୟତୀତ ବିଏସପି ଓ ଆମ ଆଦିମି ପାର୍ଟିରୁ ମଧ୍ୟ ପାର୍ଥିମାନେ ରଣାଙ୍ଗନରେ ଅବତୀର୍ଣ୍ଣ ଅଛନ୍ତି।ବିଭିନ୍ନ ଦଳରୁ ପ୍ରଚାର ଜୋରଦାର ଚାଲିଥିବା ଦେଖିବାକୁ ମିଳୁଛି।ବିଏସ ପି ଓ ଆପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ କଂଗ୍ରେସର ନିଷ୍କ୍ରିୟାଟାକୁ ପ୍ରଚାରରେ ଅସ୍ତ୍ର କରିଛି।ମୁନିଗୁଡାର ସମୁଦାୟ ୨୧୧ବୁଥ ମଧ୍ୟରୁ ୬୭ଟି ବୁଥ ସମ୍ବେଦନଶୀଳ ଥିବା ବେଳେ ୫୦ଟି ବୁଥ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବା ଜଣାଯାଏ।ମୁନିଗୁଡା ରେ ଅବସ୍ଥାପିତ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ,ତହସିଲଦାର ଦେବାଶିଷ ଗୌଡ଼ ଓ ନିର୍ବାଚନ ଦାୟିତ୍ୱରେ ଥିବା ବିଡ଼ିଓ ଦିଲ୍ଲୀପ କୁମାର ବେହେରା ନିର୍ବାଚନ ସୁରୁଖୁର ଓ ଶାନ୍ତିରେ ସାରିବାକୁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି।ଦୁଇଦିନ ହେବ ଏସ୍ଡିପିଓଙ୍କ ନିର୍ଦେଶରେ ମୁନିଗୁଡା ଓ ଅମ୍ବାଦଳା ଥାନା ଅଂଚଳରେ ପ୍ଲାଗମାର୍ଚ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ଘରଘର ବୁଲି ମହିଳାମାନେ ପ୍ରଚାରର ମଙ୍ଗ ଧରିଥିବା ବେଳେ କିଏ ଠିକ ଆଉ କିଏ ଭୁଲ ତାହା ଫଳାଫଳ ନିର୍ବାଚନ ପରର ଜଣା ପଡିବ।କିନ୍ତୁ ଯାହାବି ହେଉ ଏଥରର ନିର୍ବାଚନ ମହିଳା ମାନଙ୍କ ଗୁରୁତ୍ବକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଦେବ ଏଥିରେ ସନ୍ଦେହ ନାହିଁ ବୋଲି ମୁନିଗୁଡାର ମହିଳା ସଂଘଠିକା ଅମ୍ବିକା ନାୟକ କହିଛନ୍ତି।

nis-ad
Leave A Reply

Your email address will not be published.