ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ପ୍ରଚାର କରିବାରୁ ପ୍ରମିଳାଙ୍କୁ ବାରଣ କରିଛନ୍ତି କମିଶନ । ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ପ୍ରଚାର କରିବାକୁ ବାରଣ କରାଯାଇଛି । ଏପରିକି ଏହି ସମୟରେ ସେ ଟିଭିରେ , ଖବର କାଗଜରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ସାକ୍ଷାତକାର ବି ଦେଇପାରିବେ ନାହିଁ ।

ରାଜ୍ୟର କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ କିମ୍ବା ସାକ୍ଷାତକାର ଦେଇପାରିବେ ନାହିଁ । ପ୍ରଚାର କରିବାବେଳେ ପ୍ରମିଳା ମଲ୍ଲିକ ଭୋଟରଙ୍କୁ ପରୋକ୍ଷରେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ସେ କହିଥିଲେ ଯଦି ବିଜେଡି ପ୍ରାର୍ଥୀଙ୍କୁ ଭୋଟ ନଦେବେ ତେବେ କେହି ଆଉ ସମସ୍ୟା ନେଇ ତାଙ୍କ ପାଖକୁ ଆସିବେ ନାହିଁ । ଏହାକୁ ନେଇ ଅନ୍ୟ ରାଜନୈତିକ ଦଳମାନେ ପ୍ରଶ୍ନ ଉଠାଇଥିଲେ । ଏବଂ ଏହି ମାମଲା ରାଜ୍ୟ ନିର୍ବାଚନ କମିଶନଙ୍କ ପାଖକୁ ଯାଇଥିଲା ।

ସୂଚନାନୁସାରେ, ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ ।

nis-ad
Leave A Reply

Your email address will not be published.