ପ୍ରତିରକ୍ଷା ବଜେଟ୍ : ଏଥର ବଜେଟକୁ ସର୍ବୋତ୍ତମ କହିଲେ ବିଶେଷଜ୍ଞ, ଆତ୍ମନିର୍ଭରତା ବଢିବ, ରୋଜଗାର ସୃଷ୍ଟି ହେବ

ମୁମ୍ୱାଇ,୧୩/୦୨: ୨୦୨୨-୨୩ ଆର୍ଥିକ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ଏହି କ୍ଷେତ୍ର ସହ ଜଡିତ ଉଦ୍ୟୋଗୀ। ବିଶେଷଜ୍ଞଙ୍କ ମତ ଘରୋଇ ଉଦ୍ୟୋଗର ଆଧୁନିକରଣ ପାଇଁ ୬୮ ପ୍ରତିଶତ ପାଣ୍ଠି ଆବଣ୍ଟନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ପାଇଁ ସରକାରୀ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରିବା ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ। ନିଜର ସୈନ୍ୟ ବାହିନୀକୁ ହତିଆର ପ୍ରଣାଳୀ ଯୋଗାଇବାରେ ଭାରତ ଆତ୍ମନିର୍ଭର ହେବ ଏବଂ ରୋଜଗାର ମଧ୍ୟ ସୃଷ୍ଟି ହେବ।

ପ୍ରତିରକ୍ଷା ପାଇଁ ବଜେଟର କରାଯାଇଥିବା ବ୍ୟବସ୍ଥାକୁ ନେଇ ଆଡାନୀ ଡିଫେନ୍ସ ଆଣ୍ଡ ଏୟରୋସ୍ପେସର ଅଧ୍ୟକ୍ଷ ଆଶୀଷ ରାଜବଂଶୀ କହିଛନ୍ତି, ଅର୍ଥମନ୍ତ୍ରୀ ପ୍ରତିରକ୍ଷାରେ ଘରୋଇ ଶିଳ୍ପ ପାଇଁ ପୁଞ୍ଜି କ୍ରୟ ବଜେଟର ୬୮ ପ୍ରତିଶତ ଆବଣ୍ଟନ କରାଯାଇଛି। ଏହା ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ। ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ ପ୍ରତିରକ୍ଷା କ୍ଷେତ୍ରରେ କିଛି ବର୍ଷ ପୂର୍ବେ ପ୍ରବେଶ କରିଥିଲା। ବଜେଟରେ ଘରୋଇ ପ୍ରତିରକ୍ଷା ଶିଳ୍ପ ପାଇଁ ଅଧିକ ରାଶି ଆବଣ୍ଟନ ଘୋଷଣାରେ ଦେଶର ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ଖୁସି ରହିଛି । ଏହାଦ୍ୱାରା ଅଧିକ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି । ହିନ୍ଦୁସ୍ତାନ ଏୟରୋନେଟିକ୍ସ ଲିମିଟେଡର ପୂର୍ବତନ ଚେୟାରମ୍ୟାନ ଆରକେ ତ୍ୟାଗୀ କହିଛନ୍ତି, ଏହି ବଜେଟ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ ଇଣ୍ଡିଆକୁ ଅଧିକ ପ୍ରୋତ୍ସାହିତ କରିବ । ସେହିପରି ରକ୍ଷା ବିଶେଷଜ୍ଞ ତଥା ପୂର୍ବତନ ପ୍ରତିରକ୍ଷା ମୁଖପାତ୍ର କ୍ୟାପ୍ଟେନ ଡିକେ ଶର୍ମା କହିଛନ୍ତି, ଏହା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ଦିଗରେ ସବୁଠାରୁ ବଡ ପଦକ୍ଷେପ । ଏହି ବଜେଟ୍ ନିଶ୍ଚିତ ରୁପରେ ଭାରତୀୟ ନୌସେନା ପାଇଁ ବେଶ ଲାଭ ଦାୟକ ହେବ।  

nis-ad
Leave A Reply

Your email address will not be published.