କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ସଜା କାଟୁଥିବା କଏଦିର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜା କାଟୁଥିବା ଜଣେ କଏଦୀ ଙ୍କ ଦେହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତ କଏଦିଙ୍କ ନାମ କାହ୍ନୁ ଚରଣ ପ୍ରଧାନ l ୧୦/୭/୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରlମହାରେ ମଡ଼ର ମାମଲରେ ଜେଲରେ ସଜା କାଟୁଥିଲା ଅଭିଯୁକ୍ତ ପୁଣି ୧/୧୨/୨୦୧୮ ମସିହାରେ ମୁଖ୍ୟ କାରାଗାରରେ ଲକ୍ଷ୍ମଣ ନାୟକ ନାମକ ଜଣେ କଇଦୀଙ୍କୁ ମଡ଼ର କରିଥିଲା l

ଗତକାଲି ଦିନବେଳା କାହ୍ନୁ ଚରଣ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତର୍ କାରାଗାରରେ ଚିକିତ୍ସା କରୁଥିଲେ କିନ୍ତୁ ଦେହ ଅତି ଅସୁସ୍ଥ ହେବାରୁ ସନ୍ଧ୍ୟା ସମୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ l ଚିକିତ୍ସାଧିନ ଅବସ୍ତାରେ ଗତକାଲି ରାତି ପ୍ରାୟ ୧୦ଟା ରେ ମୃତ୍ୟୁବରଣ କରିଥିଲା l ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ଏବଂ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସୁଣିବାକୁ ମିଳିଛି।

nis-ad
Leave A Reply

Your email address will not be published.