ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଅସୁସ୍ଥ

ଫୁଲବାଣୀ : ପଂଚାୟତ ନିର୍ବାଚନରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଠାତ ଅସୁସ୍ଥ ହୋଇପଡିଥିଲେ । ଫଳରେ ଆଜି ସକାଳେ ସେ ଗୋଚ୍ଛାପଡା ଡାକ୍ତରଖାନା ରେ ଭର୍ତ୍ତି ହୋଇଥୁଲେ ।

ଦଳିୟ ପ୍ରାର୍ଥୀ ଙ୍କୁ ଜିତାଇବା ଲାଗି ସେ ଗତକିଛି ଦିନ ହେଲା ଗାଁ କୁ ଗାଁ ବୁଲି ଜୋରଦାର ପ୍ରଚାର କରି ଆସୁଥିଲେ । କେଉଁଠି କର୍ମୀ ସମ୍ମିଳନୀ ତ ଆଉ କେଉଁଠି ପାର୍ଥି ଙ୍କୁ ଧରି ଘରକୁ ଘର ପ୍ରଚାର କରୁଥିଲେ ।ତାଙ୍କର ଦମଦାର ପ୍ରଚାର ଜୋଗୁ ଦଳ ଭଲ ସ୍ଥିତିକୁ ଆସିଯାଇଥିଲା ।

ଆଜି ବି ପ୍ରଚାରକୁ ଯିବା ଲାଗିପ୍ରସ୍ତୁତ ହେଉଥିବା ବେଳେ ଦୁର୍ବଳ ଅନୁଭବ କରିଥିଲେ । ଫୁଲବାଣୀରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଛି |ଥଣ୍ଡାରେ ବୁଲି ପ୍ରଚାର କରିବା ଠିକ ସମୟରେ ନ ଖାଇବା ଦ୍ବାରା ତାଙ୍କୁ ଥଣ୍ଡା, କାଶ, ହେଉଥିବା ଜଣାପଡିଛି ଓ ସେ ଦୁର୍ବଳ ଅନୁଭବ କରିଥିବା କର୍ମୀ କହିଛନ୍ତି । ତେବେ ଚିକିତ୍ସା ପରେ ସେ ଟିକେ ସୁସ୍ଥ ଅନୁଭବ କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.