ପୂର୍ବତନ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟିକା ଉଷାଦେବୀଙ୍କ ମାରାଥନ ପ୍ରଚାର…

ଚିକିଟି-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ଗାଁ ଗଣ୍ଡାରେ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି।ଏହି ପରିପେଖିରେ ପୂର୍ବତନ ମନ୍ତ୍ରୀ ତଥା ସ୍ତାନୀୟ ବିଧାୟିକା ଉଷାଦେବୀ ଶୁକ୍ରବାର ମାରାଥନ ପ୍ରଚାର ରେ ବାହାରି ୧୬ନଂ ଜିଲ୍ଲା ପରିଷଦ ଜୋନର ୪ ଟି ପଞ୍ଚାୟତ ଗ୍ରସ୍ତ କରି ଜିଲ୍ଳା ପରିଷଦ ସଭ୍ୟi କେ ନିଲାବେଣୀ ଙ୍କ ସମେତ ଦଳୀୟ ପାର୍ଥିଙ୍କ ସପକ୍ଷରେ ପ୍ରଚାର କରିବା ସହ ରାଜ୍ୟରେ ନବୀନ ସରକାରଙ୍କ ବିକଳ୍ପ ନାହିଁ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।ପ୍ରଥମେ ଲାଲମେଣ୍ଟା ପଞ୍ଚାୟତ ର ପତି ଗୋବିନ୍ଦ ପୁର ରେ ପହଞ୍ଚି ଦଳୀୟ ସରପଞ୍ଚ ପାର୍ଥୀ ବାସନ୍ତୀ ସେଠୀ, ସମିତି ସଭ୍ୟi ପାର୍ଥି ଶମ୍ଭୁ ନାଇକ ଙ୍କ ପ୍ରଚାର ସାରି ନୂଆପଡ଼ା ପଞ୍ଚାୟତ ରେ ପହଞ୍ଚି ଏକ ପଥପ୍ରାନ୍ତ କାର୍ଯ୍ୟକ୍ରମ କରି ନିର୍ବାଚନୀ ସଭା ମାଧ୍ୟମରେ ଦଳୀୟ ପାର୍ଥି ବି ସନମୁଖ ରାଓ ଓ ଦଣ୍ଡପାଣି ବିଷୟୀଙ୍କୁ ଶଙ୍ଖ ଚିନ୍ହ ରେ ପ୍ରବଳ ମାତ୍ରାରେ ଭୋଟ ଦେଇ ଜିତାଇବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।ଏହା ପରେ ଚାନ୍ଦପୁର ପଞ୍ଚାୟତ ରେ ପହଞ୍ଚି ସରପଞ୍ଚ ପାର୍ଥୀ ମଞ୍ଜୁ ସେଠୀ, ସମିତି ସଭ୍ୟ ଦିୱାନ ସେଠୀଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବା ସହ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଡଭାର ଗ୍ରାମରେ ପହଞ୍ଚି ସରପଞ୍ଚ ମୋନଜ ସାହୁ, ପଞ୍ଚାୟତ ଯୁବ ସଭାପତି ପ୍ରଶାନ୍ତ ପାଢ଼ୀ ଙ୍କ ସହାୟତାରେ ଦଳୀୟ କର୍ମୀଙ୍କ ସହଯୋଗ ରେ ଗ୍ରାମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ପଥପ୍ରାନ୍ତ ଶୋଭା ମାଧ୍ୟମରେ ଦଳୀୟ ପାର୍ଥିଙ୍କୁ ଭୋଟ ଦେଇ ଜିତାଇବାକୁ ଆହ୍ୱାନ ଦେଇଥିଲେ।ପରେ ପରେ କଳବାଡ଼ ପଞ୍ଚାୟତ ମୈସାନପୁର ଠାରେ ପହଞ୍ଚି ଆୟୋଜିତ ଶଭା ସ୍ଥଳରେ ଜିଲ୍ଲା ପରିଷଦ କେ ନିଲାବେଣୀ ସରପଞ୍ଚ ମିନତୀ ପଣ୍ଡା, ସମିତି ସଭ୍ୟi ସୌଦାମିନୀ ପ୍ରଧାନ ଙ୍କ ସମେତ ସମସ୍ତ ପୂର୍ବତନ ପାର୍ଥି ଙ୍କ ସହିତ ମଞ୍ଚାସିନ ହୋଇ ନିଜ ବକ୍ତବ୍ୟ ରେ ରାଜ୍ୟରେ ନବୀନ ଙ୍କ ବିକଳ୍ପ ନାହିଁ ଆଗାମୀ ଦିନରେ ନବୀନ ପଟ୍ଟନାୟକ ସରକାର ଙ୍କୁ ଅଧିକ ଦୃଢ କରିବା ଲାଗି ପଞ୍ଚାୟତ ନିର୍ବାଚନ ରେ ବିଜେଡି ସମର୍ଥିତ ପାର୍ଥୀ ଙ୍କୁ ଜିତାଇବାକୁ କହିଥିଲେ।ସମସ୍ତ ସ୍ଥାନରେ ବିଧାୟିକା ଙ୍କୁ କଭିଡ଼ ନିୟମ ଆଧାର ରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଅଞ୍ଚଳର ପ୍ରଗତି ଦୃଷ୍ଟିରୁ ବିଜେଡି ସବୁଠି ଜିତିବ ବୋଲି ଆଶାବାନ୍ଧି ବସିଛନ୍ତି।ବିଧାୟିକା ଙ୍କ ଏଭଳି ମାରାଥନ ପ୍ରଚାର କୁ ନେଇ ଦଳୀୟ କର୍ମୀ ମହଲରେ ଉତ୍ସାହ ଦେଖା ଦେଇଛି ଏହି ମାରାଥନ ପ୍ରଚାରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ପ୍ରଶାସକ ଉଦୟ ନାଥ ପ୍ରଧାନ,ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ,ବି କ୍ରିଷ୍ଣା ମୂର୍ତ୍ତି, ଭଗବାନ ସାହୁ,କେ ବାଲିରାଜୁ,ଜୟନ୍ତ ପ୍ରଧାନ,ବାରିକ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ,ଧର୍ମା ରାଓ, ଵାଲାଜୀ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ପଣ୍ଡା,ଦେବରାଜ ପାଣିଗ୍ରାହୀ, ମିଟୁ ପ୍ରଧାନ, ତ୍ରିପତି ସାହୁ, ବିପଦ ଭଞ୍ଜନ ପଣ୍ଡା,ମେଘନାଦ ପଣ୍ଡା, କୃତିବାସ ପଣ୍ଡା, ଜଗଦୀଶ ସାହୁ, ନିରଞ୍ଜନ ନାୟକ, ପ୍ରଶାନ୍ତ ସାହୁ, କିଶୋର ପଣ୍ଡା, ଜଗନ୍ନାଥ ପଣ୍ଡା, ସୁଶାନ୍ତ ପଣ୍ଡା, ତ୍ରିଲୋଚନ ପଣ୍ଡା,କାଳୀ ପ୍ରସାଦ ପଣ୍ଡା ଙ୍କ ସମେତ ବହୁ ଦଳୀୟ ପାର୍ଥୀ ଓ କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.