ଗଞ୍ଜେଇ ବେପାରୀ ଘରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: ଗଞ୍ଜେଇ ବେପାରୀ ଘରୁ ନଗଦ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । କଟକ ବୟାଳିଶ ମୌଜାରେ ବାଦାମବାଡ଼ି ପୋଲିସ୍ ଚଢ଼ାଉ କରି ଏହି ମୋଟା ଅଙ୍କର ଟଙ୍କା ଜବତ କରିଛି । ଘର ଭିତରୁ ବିପୁଳ ପରିମାଣର ଗଞ୍ଜେଇ ସହିତ ନଗଦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ ଘଟଣାର ଖୋଳତାଡ଼ ଜାରି ରଖିଛି ।

ଆଉ କିଏ କିଏ ଏହି ବେପାରରେ ସାମିଲ ଥିଲେ? କିଏ ଏତେ ଟଙ୍କା ଆଣି ରଖିଥିଲା? ଏସବୁ ଦୃଷ୍ଟିରୁ ପୋଲିସ୍ ଖୋଳତାଡ଼ ଚଳାଇଛି । ଆଗକୁ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.