କଳାହାଣ୍ଡିରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ବାଗପୁରରୁ ଜାମପଡା ଗାଁକୁ ଯିବା ରାସ୍ତା କଡ଼ରେ ଥିବା ଚାଷ ଜମିରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀ ଶରୀରରେ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହାତୀ ମୃତ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କ’ଣ ପାଇଁ ଏହି ହାତୀର ମୃତ୍ୟୁ ହୋଇଛି ତା’ର କାରଣ ଏବେବି ଅସ୍ପଷ୍ଟ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ ଦୁଇ ଦିନ ତଳେ କମେଗା ଜଙ୍ଗଲରେ ଏକ ମାଈ ହାତୀ ବିଦୁତ୍ୟ ତାର ଲାଗି ମୃତ୍ୟୁ ବରଣ କରିଥିଲା । ବନ ବିଭାଗଙ୍କ ପାଇଁ ହାତୀର ସୁରକ୍ଷା ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.