ରାଜଧାନୀରେ ଭିନ୍ନକ୍ଷମ ନାବାଳିକାଙ୍କୁ ଚକୋଲେଟ ଦେବାକୁ ଡାକି ଦୁଷ୍କର୍ମ

ଭୁବନେଶ୍ୱର : ଦୁଷ୍କର୍ମ କାରି ପାଇଁ ସଜା ଜେତେ କଠୋର ହେଉଛି । ଦୁଷ୍କର୍ମ କାରିଙ୍କ ପାଦୁର୍ଭାବ ସେତେ ବଢି ଚାଲିଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଦୁଷ୍କର୍ମ ଘଟଣା । ଜଣେ ୪୮ ବର୍ଷିୟ ଯୁବକ ନିଜ ଘରର ପଡୋଶୀରେ ରହୁଥିବା ଜଣେ ଭିନ୍ନକ୍ଷମ ନାବାଳିକାକୁ ଚକଲେଟ ଲୋଭରେ ଘରକୁ ଡାକି ନେଇ ଅମାନୁଷିକ ଭାବେ ଦୁଷ୍କର୍ମ କରିଛି ।

ସୂଚନା ଅନୁଯାୟୀ, ମଣ୍ଡପ ବସ୍ତିରେ ଦୁଇ ପରିବାର ପଡୋଶି ଭାବେ ରୁହନ୍ତି । ଶୁକ୍ରବାର ସନ୍ଧ୍ୟା ସମୟରେ ସେଠାରେ ରହୁଥିବା ବାବୁନି ପୃଷ୍ଟି ୪୮ ବର୍ଷ ନାମକ ଜଣେ ଯୁବକ ନିଜ ଘର ପାଖରେ ଖେଳୁଥିବା ଜଣେ ଭିନ୍ନକ୍ଷମ ନାବାଳିକାକୁ କେହି ନଥିବାର ସୁଯୋଗ ନେଇ ଘରକୁ ଡାକିଥିଲେ ।

ବାବୁନି ଛୋଟ ଝିଅଟିକୁ ଚକଲେଟ ଲୋଭ ଦେଖାଇବାରୁ ପିଲାଟି କିଛି ନବୁଝି ଲୋଲୁପ ରାକ୍ଷାସ ପାଲଟିଥିବା ବାବୁନି ଘର ଭିତରକୁ ଚାଲି ଯାଇଥିଲା । ବାବୁନି ଘରର କବାଟ ବନ୍ଦ କରି ଛୋଟ ଛୁଆଟିକ ଅତି ଅମାନୁଷିକ ଭାବେ ବଳତ୍କାର କରିଥିଲା । ଏପରିକି ଛୋଟ ଛୁଆଟିର ଗୁପ୍ତାଙ୍ଗରେ ହାତ ପୁରାଇବା ସହ ବାଡି ମଧ୍ୟ ପୁରାଇ ଦେଇଥିଲା । ପିଲାଟି ଅତ୍ୟଧିକ କଷ୍ଟ ପାଇ ଯୋରରେ ପାଟି କରିବାରୁ ନିକଟରେ ଥିବା ପଡୋଶିମାନେ ଘର କବାଟ ଖୋଲି ନାବାଳିକାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଗହଳିର ସୁଯୋଗ ନେଇ ଘଟଣା ସ୍ଥଳରୁ ବାବୁନି ଫେରାର ହୋଇ ଯାଇଥିଲା । ନାବାଳିକାର ବାପା ସ୍ଥାନିଅ ଅଞ୍ଚଳରେ ଥିବା ଏକ ବେସରକାରି ହସପିଟାଲରେ ସ୍ୱିପର ଭାବେ କାର୍ଯ୍ୟ କରନ୍ତି । ଏହି ଘଟଣାକୁ ନେଇ ପରିବାର ଲୋକେ ଅଭିଯୁକ୍ତ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍ ଆରମ୍ଭ କରିଦେଇଛି ।

nis-ad
Leave A Reply

Your email address will not be published.