କୋରାପୁଟ ଗସ୍ତରେ ଡିଜିପି ଏସ୍‌.କେ. ବଂଶଲ

କୋରାପୁଟ: ଜିଲ୍ଲା ଗସ୍ତରେ ପୋଲିସ ଡିଜିପି ସୁନିଲ କୁମାର ବଂଶଲ। ରାଜ୍ୟର ନୂତନ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ କୋରାପୁଟ ଗସ୍ତ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ନେଇ ସ୍ଥିତି ପରଖିଥିଲେ ଡିଜିପି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ନେଇ ସୁନାବେଡ଼ାଠାରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବିଏସଏଫ ଓ କୋବ୍ରା ବାଟାଲିୟନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସାମିଲ ହୋଇଥିଲେ ।

କୋରାପୁଟ ଅଞ୍ଚଳରେ ମାଓ ଦମନ ଦିଗରେ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ସୁନାବେଡ଼ାଠାରେ ଆୟୋଜିତ ଏହି ବୈଠକରେ ପୋଲିସ ଡିଜି ବଂଶଲଙ୍କ ସହିତ ସ୍ବତନ୍ତ୍ର ପୋଲିସ ଡିଜି ଏମ.କେ.ଚାବ୍ରା ଯୋଗ ଦେଇଥିଲେ। ଏଥିସହ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଲଳିତ ଦାସ ଏବଂ ବିଏସଏଫ ଆଇଜି ଏସ.ପୁଡକୋଟି ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.