ସରକାରୀ କ୍ବାଟରରୁ OUAT ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର:ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ଝୁଲନ୍ତା ମୃତ ଦେହ ଭୁବନେଶ୍ବରର ଗୋପବନ୍ଧୁ ଛକରେ ଥିବା ତାଙ୍କ ସରକାରୀ କ୍ୱାର୍ଟର V(F)_9ରୁ ଉଦ୍ଧାର କରାଯାଇଛି । ମୃତଦେହକୁ ପୋଲିସ ସଂରକ୍ଷଣ ଗୃହକୁ ପଠାଇଛି । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି ବାସନ୍ତି ଜେନା ।

ମହିଳାଙ୍କ ସ୍ବାମୀ ଦେବି ପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ପ୍ରଫେସର ଅଛନ୍ତି । ତେବେ କେଉଁ କାରଣକୁ କେନ୍ଦ୍ର କରି ଆସିଷ୍ଟାଣ୍ଟ ପ୍ରଫେସର ଏଭଳି ନିଷ୍ପତ୍ତି ନେଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପାରିବାରିକ ଚାପ କିମ୍ବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ଏପରି ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜଣାପଡିବ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.