ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ହାଇପ୍ରୋଫାଇଲ ଠକ ପ୍ରଭାକର ଗିରଫ

ଭୁବନେଶ୍ବର: ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଠକ ଗିରଫ। ପୁଣି ଥରେ ଚନ୍ଦକା ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ଼ ହାଇପ୍ରୋଫାଇଲ ଠକ। ଠକ ପ୍ରଭାକର ଜେନାକୁ ରାଜଧାନୀରୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପ୍ରଭାକରକୁ ଗିରଫ କରାଯାଇଛି। କମ୍‌ ଦିନରେ ଅଧିକ ସୁଧର ପ୍ରଲୋଭନ ଦେଖାଇ ଏକାଧିକ ଲୋକଙ୍କଠାରୁ ପୂର୍ବରୁ ୪ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ବେଳେ, ପୁଣି ଥରେ ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ପ୍ରଭାକରକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

ଗତ ଜାନୁଆରୀ ୧୫ ତାରିଖରେ ପ୍ରଭାକରକୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଥିଲା । କୋଭିଡ଼ ଆକ୍ରାନ୍ତ ଯୋଗୁ ପ୍ରଭାକରକୁ ହୋମ୍‌ ଆଇସୋଲେସନକୁ ପଠାଇ ଥିଲା ମଞ୍ଚେଶ୍ୱର ଥାନା ପୋଲିସ । ପ୍ରାଥମିକ ପ୍ରର୍ଯ୍ୟାୟରେ ଲୋକଙ୍କଠାରୁ ଟଙ୍କା ନେଇ ଠିକ ସମୟରେ ଅଧିକ ସୁଧ ସହ ଲୋକଙ୍କୁ ଫେରସ୍ଥ କରିଥିଲା ।

ପରବର୍ତ୍ତୀ ସମୟରେ ମୋଟା ଅଙ୍କର ଟଙ୍କା ନେଇ ଦେଢ଼ ବର୍ଷ ହେବ ଫେରାର ହୋଇଯାଇଥିଲେ ଏହି ଠକ । କେନ୍ଦ୍ରାପଡା ଆଳି ଅଞ୍ଚଳର ଏହି ଚାଲବାଜ ଠକ ଯୁକ୍ତ ୨ ପରେ ଚେନ୍ନାଇର ଏକ ବ୍ୟାଗ କମ୍ପାନୀରେ କାମ କରୁଥିଲା। ୧୦ ବର୍ଷ କାମ କରିବା ପରେ ଓଡ଼ିଶାରେ ନିଜେ ମାଲିକ ହୋଇ ରାତା ରାତି କୋଟିପତି ହେବାର ଲକ୍ଷ ରଖିଥିଲା ଠକ। ଆଉ କମ୍ପାନୀ ଖୋଲିବାର ଲକ୍ଷ ରଖି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲା ।

nis-ad
Leave A Reply

Your email address will not be published.