ଦ୍ବିତୀୟ ଥର ପାଇଁ ପଂଚାୟତ ନିର୍ବାଚନ ବର୍ଜନ କରିବେ ମହେଶ୍ୱରପୁର ଗ୍ରାମବାସୀ

ଖଲ୍ଲିକୋଟ : (୧୧/୦୨) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମବାସୀ ଚଳିତ ୨୦୨୨ ପଂଚାୟତ ନିର୍ବାଚନ ବର୍ଜନ କରିବା ନେଇ ଗ୍ରାମବାସୀ ନିଷ୍ପତି ନେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ବ୍ଲକ ର ମହେଶ୍ୱରପୁର ଗ୍ରାମ ସ୍ୱାଧୀନତା ପରଠାରୁ ଓ ଖଲ୍ଲିକୋଟ ବ୍ଲକ ଗଠ ଠାରୁ କହେଁଇପୁର ପଂଚାୟତ ଅଧୀନରେ ରହି ଆସୁଥିଲା l ଗତ ୨୦୧୭ ମସିହା ପଂଚାୟତ ପୁନର୍ଗଠନ ପକ୍ରିୟା ରେ ଉକ୍ତ ଗ୍ରାମ କୁ କହେଁଇପୁର ପଂଚାୟତ ରୁ କାଢି ନେଇ ନୂତନ ଭାବେ ଗଠନ ହୋଇଥିବା ମାଣିକ୍ୟପୁର ପଂଚାୟତ ରେ ସଂଲଗ୍ନ କରାଯାଇଥିଲା l

ମହେଶ୍ୱରପୁର ଗ୍ରାମ କହେଁଇପୁର ଠାରୁ ଜିରୋ କିଲୋମେଟର ହୋଇଥିବା ବେଳେ ମାଣିକପୁର କୁ ଉକ୍ତ ଗ୍ରାମ ୩ କିମି ଦୂରତା l ଉକ୍ତ ଗ୍ରାମ ସହିତ ମାଣିକପୁର ଗ୍ରାମ କୁ କୌଣସି ପକ୍କା ରାସ୍ତା ଯୋଗାଯୋଗ ନାହିଁ l ଯା ଫଳରେ ଗ୍ରାମ ବାସି ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଗଂଜାମ ଜିଲ୍ଲାପାଳ ,ଜିଲ୍ଲା ପଂଚାୟତ ଅଧିକାରୀ ,ରାଜ୍ୟ ପଂଚାୟତ ରାଜ ବିଭାଗ ର ପଦାଧିକାରୀ ମାନଙ୍କୁ ଲିଖିତ ଭାବେ ପ୍ରତିବାଦ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ମହେଶ୍ୱରପୁର ଗ୍ରାମବାସୀ ବାଧ୍ୟ ହୋଇ ଗତ ୨୦୧୭ ପଂଚାୟତ ନିର୍ବାଚନ ୨୦୧୯ ବିଧାନ ସଭା ଓ ପାର୍ଲିଆମେଣ୍ଟ ନିର୍ବାଚନ କୁ ଆନୁଷ୍ଠାନିକ ଭାବେ ବର୍ଜନ କରିବା ସହ ରାଜ୍ୟ ଉଚ୍ଚ ନୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ l ନିର୍ବାଚନ ବର୍ଜନ କରିବା ଫଳରେ ଉକ୍ତ ଗ୍ରାମରେ କୌଣସି ବିକାଶ ସାଧିତ ହୋଇପାରିନି l ଗ୍ରାମ ରେ ପାନୀୟ ଜଳ ସଙ୍କଟ ଲାଗି ରହିଥିବା ବେଳେ ଗ୍ରାମର ଲାଗିଥିବା ସୌର ଆଲୋକ ବ୍ୟବସ୍ତା ବିପର୍ଯ୍ୟସ୍ତ ହେବା ସହ ଅର୍ଦ୍ଧାଧିକ ଖୁଣ୍ଟି ରୁ ଆଲୋକ ଲିଭି ଗଲାଣି l ଗ୍ରାମ ବିଧବା ଓ ବାର୍ଦ୍ଧକ୍ୟ ମାନଙ୍କୁ ବ୍ଲକ କାର୍ଯ୍ୟାଳୟ ରୁ ଆସି ବାଣ୍ଟୁ ଥିବା ବେଳେ କହେଁଇପୁର ପଂଚାୟତ ରେ ଖାଦ୍ୟ ନିରାପତା ଚାଉଳ ବଣ୍ଟା ଯାଉଥିବା ବେଳେ ଗ୍ରାମ ରେ ମିଶନ ଶକ୍ତି ଯୋଜନା ସମେତ ସରକାରଙ୍କ ବହୁ କଲ୍ୟାଣକାରୀ ଯୋଜନା ପହଂଚି ପାରିନି l ତଥାପି ମହେଶ୍ୱରପୁର ଗ୍ରାମବାସୀ ଦୁତୀୟ ଥର ପାଇଁ ପଂଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତି ନେବା ସହ ନୂତନ ପଂଚାୟତ ମାଣିକପୁର ସହ କୌଣସି ସମ୍ପର୍କ ନ ରଖିବା ପାଇଁ ଗ୍ରାମବାସୀ ମାନେ ପୁନର୍ବାର ଦୃଢ ନିଷ୍ପତି ନେଇଥିବା ଜଣାପଡିଛି l

ଗ୍ରାମର କୌଣସି ଶ୍ରମିକ ମନେରଗା ଯୋଜନା ରେ ସାମିଲ ନ ହେବା ଓ ଗ୍ରାମ ରେ ଗତ ୧୦ ବର୍ଷ ଧରି କୌଣସି ଗ୍ରାମ ସଭା କିମ୍ବା ପଲ୍ଲୀ ସଭା ହୋଇ ନଥିବା ବେଳେ ଗ୍ରାମ ଉପକଣ୍ଠ ରେ ଥିବା ନୂଆ ବନ୍ଧ ରେ ପଙ୍କଉଧାର ନାମରେ ୨୦୧୮- ୧୯ ଓ ୨୦୨୦- ୨୧ ରେ ୧୩ ଲକ୍ଷ ଟଙ୍କା ର କାମ ହୋଇଥିବାର ଫଳକ ପୋତା ଯାଇଥିବା ବେଳେ ବୃକ୍ଷ ଯୋଜନା ମାଧ୍ୟମ ରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି l ତେବେ ମନେରଗା ଯୋଜନା ରେ ଏହି ଗ୍ରାମ କୁ ଆସିଥିବା ଅର୍ଥ ଗ୍ରାମରେ ଥିବା ଜବ କାର୍ଡ ଶ୍ରମିକ ଙ୍କ ଆଜ୍ଞାତସାର କରାଯାଇ ଦୁର୍ନୀତି ହୋଇଥିବା ଗ୍ରାମ ର ଜଣେ ଶ୍ରମିକ କୈଳାଶ ସେଠି ଅଭିଯୋଗ କରିଛନ୍ତି l ଗତ ୨୦୧୧ ଜନଗଣନା ଅନୁଯାଇ ୪୫୦ ପରିବାର ର ପ୍ରାୟ ୨୨୦୦ ଭୋଟର ଥିବା ଗ୍ରାମବାସୀ ଙ୍କ ସୂତ୍ର ରୁ ଜଣାପଡିଛି l

nis-ad
Leave A Reply

Your email address will not be published.