ଜିଲ୍ଲାରେ ବାଲ୍ୟ ବିବାହ ଉଛେଦ କୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଜିତ…


ନବରଙ୍ଗପୁର : ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ। କମ୍ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଏହି ଅଭିଯାନ ମାଧ୍ୟମ ରେ ପ୍ରତ୍ୟକ ଶନିବାର ଦିନ ବୈଠକ କରାଯାଇ କିଶୋରୀ ମାନଙ୍କୁ ସଶକ୍ତ କରାଯାଉଛି । ଏହି ମର୍ମରେ ଜିଲ୍ଲାରେ କିଶୋର କିଶୋରୀ ମାନଙ୍କୁ ନେଇ ଗଢାଯାଇଥିବା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର କିଶୋରୀ ମାନଙ୍କ ସହିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧକ୍ଷ୍ୟା ସୁଶ୍ରୀ ସନ୍ଧ୍ଯାବତୀ ପ୍ରଧାନ ନିଜର ଭାବ ବିନିମୟ କାର୍ଯ୍ୟ କ୍ରମ ମିସନ ଶକ୍ତି ସଭା ଗୃହ ଠାରେ ଅନୁଷ୍ଟିତ ହୋଇ ଯାଇଛି । କିଶୋରୀ ମାନଙ୍କ ସହିତ ଆଲୋଚନା କରିବା ସମୟରେ ଆୟୋଗ ର ଅଧ୍ୟକ୍ଷ୍ୟା ଅଞ୍ଚଳ ର ବାଳିକା ମାନେ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇ ନିଜେ ନିଜର ବିବାହ ବୟସକୁ ସ୍ତିର କରିବା ପାଇଁ ଆହ୍ଵାନ ଦେଇଛନ୍ତି । ଆଜି ଜିଲ୍ଲାର ୧୦ ଗୋଟି ବ୍ଲକରେ ବାଳିକା ମଣ୍ଡଳୀର ୭୦ ଜଣ ସଖୀ , ସହେଲି ଙ୍କୁ ନେଇ ଆୟୋଜିତ ସଭରେ,ଭାଗ ନେଇ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ ବର୍ତ୍ତମାନ ଜିଲ୍ଲାରେ ୨୫୮ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୫୯୫ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ଜଣାଇ ଥିଲେ । କିଶୋରୀ ମାନଙ୍କ ସହିତ ଭାବବିନିମୟ ସମୟରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅନ୍ୟତମ ସଦସ୍ୟ ଦିବ୍ୟା ଶାଶ୍ଵତି ନିଜର ବକ୍ତବ୍ୟରେ ଜିଲ୍ଲାରେ ବାଳିକା ମାନେ ଯେପରି ଅଧାରୁ ପାଠ ନଛାଡନ୍ତି ସେ ଦିଗରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର କିଶୋରୀ ମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଥିଲେ । ଆଲୋଚନାରେ ଭାଗ ନେଇ ଆକ୍ସନଏଡ ର ଆସୋସିଏଟେ ଡାଇରେକ୍ଟର ଦେବବ୍ରତ ପାତ୍ର କିଶୋରୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷା ରେ ଯୋଡିହୋଇ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବାକୁ ମତ ବ୍ୟକ୍ତ କରିଥିଲେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ପରାମର୍ଶଦାତା ଶ୍ରୀ ଘାସିରାମ ପଣ୍ଡା ଉପସ୍ଥିତ କିଶୋରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନଙ୍କୁ ବାଲ୍ୟ ବିବାହ ଆଇନ ଓ ଶିଶୁ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ବୁଝାଇ ଥିଲେ । ପ୍ରୋଗ୍ରାମ ଅଫିସର ବି ଏନ୍ ଦୂର୍ଗା ଓଡିଶା କୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ କରିବା ନିମନ୍ତେ ସରକାର, ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସର ଆଗାମୀ ଦିନରେ ହେବାକୁ ଥିବା କା ର୍ଯ୍ୟ କ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ସିଡିପିଓ ଗୀତା ମହାରଣା ,ସୁନିତା ଦେବୀ ତ୍ରିପାଠି,ସରୋଜିନୀ ରଥ, ଯମୁନା ଭତ୍ରା ,ଶଇରେନ୍ଦ୍ରି ମହାନନ୍ଦ ,ଏସ୍ ଗୀତା , ସୁପର ଭାରରରଇଜର ସସ୍ମିତା ମହାନ୍ତି, ,ସଞ୍ଜୁକ୍ତା ବେହେରା,ବୈଶାଖୀ ସାମଲ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟ କ୍ରମ କୁ ଆକ୍ସନଏଡ ପରାମର୍ଶଦାତା ସଂଚାଳନ କରିବା ସହିତ ଧନ୍ଯ ବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.