ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା : ଦୁର୍ଘଟଣାରେ ଆହତଙ୍କ ପରିବାର ସଦସ୍ୟଙ୍କୁ ଫେରାଇଲେ ୧୨ ହଜାର ଟଙ୍କା ସମେତ ମୋବାଇଲ ଫୋନ

ହିଞ୍ଜିଳିକାଟୁ (୧୦/୦୨) : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ନନ୍ଦିକ ଛକ ନିକଟରେ ରାସ୍ତା ପାର୍ଶ୍ବରେ ରହିଥିବା ଏକ ଯାତ୍ରୀବାହୀ ଅଟୋ ପଛପଟକୁ ଏକ ବାଇକ୍ (ଓଡି୦୭ୟୁ ୯୬୬୬) ଧକ୍କା ଦେଇଥିଲା । ଦୂର୍ଘଟଣାରେ ବାଇକ୍ ଚାଳକ ହିଞ୍ଜିଳି ଥାନା ବେଲଗାଁ ଗ୍ରାମର ବଳରାମ ଦାସ (୪୫) ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ପୁରୁଷୋତ୍ତମପୁର ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

ଅନ୍ୟ ପକ୍ଷରେ ଦୂର୍ଘଟଣାସ୍ଥଳରେ ଆହତଙ୍କ ପକେଟରୁ ୧୨ ହଜାର ଟଙ୍କା ସମେତ ଏକ ଦାମୀ ମୋବାଇଲ ଫୋନ ଗଳି ପଡ଼ଥିଲା । ହିଞ୍ଜିଳିକାଟୁ ଅଞ୍ଚଳର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଆହତଙ୍କ ପରିବାର ସଦସ୍ୟଙ୍କୁ ପାଇଥିବା ଟଙ୍କା ଓ ମୋବାଇଲ ଫୋନ ଫେରାଇ ଥିଲେ । ସଂପୃକ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

nis-ad
Leave A Reply

Your email address will not be published.